ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କଲା ବାଲୁଗାଁ ପୋଲିସ : ୩ ଗିରଫ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ପୋଲିସ ପୃଥକ ଭାବେ ଚଢ଼ାଉ କରି ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣରେ ବେଆଇନ ବାଣ ଜବତ କରିବା ସହ ସମ୍ପୃକ୍ତ ୩ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି l ସେମାନେ ହେଲେ ବାଲୁଗାଁ ଅଞ୍ଚଳର ବିଶ୍ୱଜିତ ଗଜେନ୍ଦ୍ର, ଅନିକେତ ପରିଡା ଏବଂ ରୋଶନ ନାୟକ l ପୋଲିସ ଏ ସଂକ୍ରାନ୍ତରେ ୩୪୨, ୩୪୩ ଓ ୩୪୪/୨୪ ରେ ତିନୋଟି ମାମଲା ରୁଜୁ କରିଛି l ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ସାଗରୀକା ନାଥ ଦୀପାବଳି ପର୍ବ ଉପଲକ୍ଷେ ଆଇନ ଶୃଙ୍ଖଳାକୁ କଡାକଡ଼ି ପାଳନ ପାଇଁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି l ତେବେ ଦୀପାବଳୀ ପାଖେଇ ଆସୁଥିବା ବେଳେ କିଛି ବ୍ୟବସାୟୀ ଲୁଚାଛପା ଭାବେ ବେଆଇନ ବାଣ ବ୍ୟବସାୟ କରୁଥିବା ପୋଲିସ କୁ ଖବର ମିଳିଥିଲା l ଏହି ପରିପ୍ରେକ୍ଷୀରେ ରବିବାର ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡାଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ବେଆଇନ ବାଣ ବିକ୍ରେତା ଙ୍କ ଦୋକାନ ଉପରେ ଚଢ଼ାଉ କରିଥିଲେ l ବାଲୁଗାଁ ସ୍ଥିତ ଚିଲିକା ରୋଡ଼, ପାଟଣା ସାହି ଏବଂ ଅନ୍ନପୂର୍ଣ୍ଣା ନଗରରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି l ଆଗକୁ ଏହିପରି ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ଆଇଆଇସି ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *