ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋବରା ପଞ୍ଚାୟତ ଅନ୍ତର୍ଗତ ହରିଚନ୍ଦ୍ରପୁର ଗ୍ରାମ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ଗୋଷାଣି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ, ସୋବରା ସମିତି ସଭ୍ୟା ନମିତା ଗୌରୀ, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସ୍ବାଧୀନ ପରିଡା, ହରିଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୋଳାନାଥ ପାତ୍ର, ଗୋଷାଣି ବ୍ଲକ ଜିପିଇଓ ଅଶୋକ ପାତ୍ର, ଗୋଷାଣି ବ୍ଲକ ଯୁବ ବିଜେଡି ସଭାପତି ପି.ନାଗେଶ୍ବର ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜଳନ କରି ଥିବା ବେଳେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଶଣ ହୋଇଥିଲା । ମୁଖ୍ୟଅତିଥି ନିଜ ଅଭିଭାଷଣରେ କହିଥିଲେ ଯେ, ପୂର୍ବରେ ପାଠ ପଢିବା ପାଇଁ କଷ୍ଟକର ହୋଇପଡୁଥିଲା କିମ୍ବା ଏପରି ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ କୌଣସି ବ୍ୟବସ୍ଥା ନଥିଲା । ବର୍ତ୍ତମାନ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ବହି, ପୋଷାକ ଆଦି ଠାରୁ ଆରମ୍ଭ କରି ବୃତ୍ତି ଯୋଗାଉଛନ୍ତି । ତେଣୁ ଏହାର ସଦୁପାୟ କରିବାକୁ କହିଥିଲେ । ଏହା ସହ ପାଠ ପଢିବା ସହ ଲୁକାଇତ ପ୍ରତିଭା ଗୁଡିକୁ ପ୍ରଦର୍ଶନ କରିବା ପାଇଁ ଆହ୍ବାନ ଦେଇଥିଲେ । ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଭଲ ଶିକ୍ଷା ଦେବା ସହ ସେମାଙ୍କ ପ୍ରତିଭା ପ୍ରଦର୍ଶନକୁ ଗୁରୁତ୍ବ ଦେବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଉଦ୍ଦେଶ୍ୟରେ ମତବ୍ୟକ୍ତ କରିଥିଲେ । । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଗୋଷାଣି ସିଆରସି ରଶ୍ମିତା ସାମଲ ଏବଂ ସୋବରା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଶବ ମିଶ୍ର । ଏହି ଅବସରରେ ପିଲାମାନେ ଚିତାକର୍ଷ ନୃତ୍ୟ, ସଂଗୀତ, ଏକକ ଅଭିନୟ ଆଦି ପ୍ରଦର୍ଶନ କରିଥିଲେ । ଏଥିରେ ବିଚାରକ ଭାବେ ଅବସରପ୍ରାପ୍ତ ଶିକ୍ଷକ ପିତବାସ ସାମଲ ପ୍ରମୁଖ ଉପସ୍ଥିତଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ରାଜେନ୍ଦ୍ର ପାଣି, ବିନୋଦ ସାମଲ, ଭାସ୍କର ସାମଲ, ପ୍ରମୋଦ ପାତ୍ର, ଦୁଷ୍ମନ୍ତ ନାୟକ ପ୍ରମୁଖଙ୍କ ସମେତ ହରିଚନ୍ଦ୍ରପୁରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରମାନେ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ କୃତୀ ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ବିବେଚିତ ହୋଇଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିଥିଗଣ ପୁରସ୍କୃତ କରିଥିଲେ ।
ବ୍ଲକ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ !!!

