ଗୁମା ବ୍ଲକ ରେ ବିଜେଡି ର ବନ୍ଧୁ ମିଳନ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ହାଟପଦା ଠାରେ ଗୁମ୍ମା ବ୍ଲକ ବିଜୁ ଜନତା ଦଳର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାଇଟେକ୍ ଗ୍ରୁପ୍ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡ଼ି ନେତା ଡଃ ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ପୂର୍ବତନ ବିଧାୟକ କେ ସୂର୍ୟା ରାଓ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍ ବୀର ରାଜୁ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ବ୍ଲକ୍ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଉପାଧ୍ୟକ୍ଷ ଶ୍ରୀନିବାସ ରାଓ, ଜିଲ୍ଲା ପରିଷଦ ଏସ. ବାଲରାଜୁ ବରିଷ୍ଠ ବିଜେଡି ନେତା ଜେମସ ରାଇକା, ଲକ୍ଷ୍ମୀକାନ୍ତ ପରିଚ୍ଛା, ସୁଧି ରଞ୍ଜନ ପ୍ରମୁଖ ଉପସ୍ଥିତ ରହି ଅଂଶଗ୍ରହଣ କରି ଗୁରୁତ୍ଵପୂର୍ଣ୍ଣ ମତାମତ ରଖିଥିଲେ। କିପରି ବିଜେଡି ତୃଣ ମୂଳସ୍ତରରେ ସୁଦୃଢ଼ ହୋଇପାରିବ ଓ ସରକାରଙ୍କ ଜନ ହିତକାରି ଯୋଜନା କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ ତାଉପରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *