ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ବିଦ୍ୟାଳୟ ପରିସରରେ ୩୩ ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବରେ ଗ୍ରାମୀଣ ମହିଳା ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ ଙ୍କ ସଭାପତିତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଥିଲା ! ଏଥିରେ ମୁଖ୍ୟ ଅତିଥି ଭାବରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣ ସିଂହ ଯୋଗ ଦେଇଥିଲେ ! ସମ୍ମାନିତ ଅତିଥି ଭାବରେ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ତଥା “ବିଶ୍ୱମୁକ୍ତି” ସଂପାଦକ ପ୍ରଫେସର ଶଶାଙ୍କ ଚୁଡାମଣି, ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ବିଦ୍ୟାଳୟର ପୂର୍ବତନ ସଭାପତି ଡ଼ଃ ସୁରେନ୍ଦ୍ର ନାଥ ପାତ୍ର, ପୁର୍ବତନ ସମ୍ପାଦକ ଜଗନ୍ନାଥ ଭୋଳ, ବିଜ୍ଞାପିତ ଅଞ୍ଚଳ ପରିଷଦ ଉପଧକ୍ଷା ପ୍ରାଚୀ ପ୍ରଭା ସ୍ବାଇଁ, କାଉନସିଲର ରାସଲତା ଜେନା, ରଞ୍ଜନା ପ୍ରଧାନ, ଅଧ୍ୟାପିକା କଲ୍ୟାଣୀ ବୈରି ଗଞ୍ଜନ, ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶ ଯୋଗ ଦେଇଥିଲେ । ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ମହା ବିଦ୍ୟାଳୟ ର ପୁର୍ବତନ ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ଲକ୍ଷ୍ମୀଧର ଭୋଳ ଙ୍କୁ ତାଙ୍କ ପୁତ୍ର ଜଗନ୍ନାଥ ଭୋଳ ଙ୍କ ଦ୍ଵାରା ମରଣତ୍ଵର ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ, ପୁର୍ବତନ ସଭାପତି ଡ଼ଃ ସୁରେନ୍ଦ୍ର ନାଥ ପାତ୍ର, ମହିଳା ବିଦ୍ୟାଳୟର ପୁର୍ବତନ ଛାତ୍ରୀ ଓଏସ୍ ଶିବାନୀ ରାଉତ ଓ କ୍ରୀଡ଼ାବିତ୍ କଳ୍ପଶ୍ରୀ ପ୍ରଧାନ ଙ୍କୁ ମାନପତ୍ର ଉପଢୌକନ ସହ ସମ୍ମାନୀତ କରାଯାଇଥିଲା । ସଭାର ପରିଶେଷରେ ଗ୍ରାମୀଣ ମହିଳା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଲୁଚି ରହି ଯାଉଥିବା କଳା ସସ୍କୃତି ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ବିଦ୍ୟାଳୟ ର ୩୩ ତମ ବାର୍ଷିକ ଉତ୍ସବ ପାଳିତ !!!

