ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ମାନ୍ୟବର ମନ୍ତ୍ରୀ ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ଶ୍ରୀଯୁକ୍ତ ସୁରେଶ ପୂଜାରୀ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ମଝିଆଖଣ୍ଡ ଓ କାଣ୍ଡପଡା ପଞ୍ଚାୟତରେ ଅଦିନିଆ ବର୍ଷା ଦ୍ବାରା ହୋଇଥିବା ଫସଲ କ୍ଷୟକ୍ଷତି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଚାଷୀ ଭାଇ ମାନଙ୍କୁ ସମବେଦନା ଜଣାଇ ପ୍ରକାଶ କରିଥିଲେ ଗତ ୨୪ ତାରିଖରେ ଜିଲ୍ଲା ମହୋତ୍ସବ ଆସି ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିବାର ଅନୁଭବ କରିଛି ଏବଂ ମୁଁ ଯାହା ଦେଖୁଛି ଅଦିନିଆ ବର୍ଷା ଦ୍ବାରା ଚାଷୀ ଭାଇ ମାନଙ୍କର ପ୍ରକୃତ କ୍ଷୟକ୍ଷତି ହୋଇଛି । କାଣ୍ଡପଡା ପଞ୍ଚାୟତର ଚକ୍ରଧର ମାଝୀ, ସନ୍ତୋଷ ମୁଦୁଲି, ଲକ୍ଷ୍ମୀଧର ସାମଲ, ପ୍ରହଲ୍ଲାଦ ବେହେରା, ବସନ୍ତ ମହାପାତ୍ର, ଭୀମସେନ ମହାପାତ୍ର ପ୍ରବୃତି ଚାଷୀ ମାନଙ୍କ ସହିତ କ୍ଷୟକ୍ଷତି ବିଷୟରେ ଆଲୋଚନା କରିଥିଲେ । କ୍ଷୟକ୍ଷତିର ତଥ୍ୟ ପଞ୍ଚାୟତ, ବ୍ଳକ, ଜିଲ୍ଲା କୃଷି ଅଧିକାରୀ, ଆର ଆଈ, ତହସିଲଦାର ପ୍ରଭୃତିଙ୍କୁ ବରଖାସ୍ତ କରିପାରିବେ । ଏହା ସହ ପ୍ରଧାନମନ୍ତ୍ରୀ କୃଷି ବୀମା ଅନ୍ତର୍ଭୁକ୍ତ ଚାଷୀଭାଇମାନେ ଟୋଲ ଫ୍ରି ନମ୍ୱର ୧୪୪୪୭ ଦ୍ବାରା କଲ କରି ଏବଂ କୃଷି ରକ୍ଷକ ପୋର୍ଟାଲରେ କ୍ଷୟ କ୍ଷତି ପଞ୍ଜିକରଣ କରି ଅଦିନିଆ ଫସଲ କ୍ଷତିର ଦାବି ଉପସ୍ଥାପନ କରିପାରିବେ । ସରକାର ଏବଂ ସରକାରୀ କଳ ଆପଣମାନଙ୍କ ସହଯୋଗ ଓ ସେବା ନିମନ୍ତେ ସଦା ସର୍ବଦା ପ୍ରସ୍ତୁତ ଅଛନ୍ତି । ନୟାଗଡ ଜିଲ୍ଲାରେ ୬୩୫୦ ଏବଂ ରଣପୁର ବ୍ଲକ ୩୯୦୭ ପ୍ଲଟ ଚାଷ ଜମି କ୍ଷୟ କ୍ଷତି ହୋଇଥିବାର ପୋର୍ଟାଲରେ ପଂଜିକୃତ ହୋଇଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଗ୍ରସ୍ତ ସମୟରେ ସ୍ଥାନୀୟ ବିଧାୟକ ତଥା ଓଡିଶା ବିଧାନସଭାର ବାଚସ୍ପତି ସମ୍ମାନନୀୟ ଶ୍ରୀମତୀ ସୁରମା ପାଢୀ, ମାନ୍ୟବର ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଭା.ପ୍ର.ସେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଭା.ପୁ.ସେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।