ଆନନ୍ଦ ଉଲ୍ଲାସର ସହ କଳାପଥର ରେ ଝାମୁଯାତ୍ରା ପାଳିତ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କୁମାର କର : ଓଡିଆ ନବ ବର୍ଷ ତଥା ପଣା ସଂକ୍ରାନ୍ତି ଅବସରରେ କଳାପଥରରେ ପାଳିତ ହୋଇଯାଇଛି ଝାମୁଯାତ୍ରା ! ସକାଳ ସମୟରେ ମା କାଳିକା ଠାକୁରାଣୀଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ରାତ୍ର ସମୟରେ ମା ଗ୍ରାମ ଦେବତୀ ଓ ହିଙ୍ଗୁଳାଙ୍କ ଝାମୁଯାତ୍ରା ଆୟୋଜିତ ହୋଇଯାଇଛି । ଏହି ଅବସରରେ ସନ୍ଧ୍ୟା ସମୟରେ ମା ଙ୍କ ଯାତ୍ରା ନିମନ୍ତେ ହୋମକାର୍ଯ୍ଯ କରାଯାଇ କାଠ ବନ୍ଦାଣ କରିବା ସହ ଗ୍ରାମ ପରିକ୍ରମା କରାଯାଇଥିଲା । ଯାତ୍ରା ସମାପନ ପରେ ଠାକୁରାଣୀ ଗ୍ରାମ ପରିକ୍ରମା କରିବା ସହ ଭକ୍ତ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ସେହିପରି ବାଙ୍କୀ ନିର୍ବାଚନ ମଣ୍ଡଳୀର କଳାପଥର ସମେତ କେନ୍ଦୁପଲ୍ଲୀ , କଦମ୍ବପାଟଣା, ଲେମ୍ବେରୀ ଗ୍ରାମରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କଳାପଥର ଗ୍ରାମର ଯୁବକ ମାନଙ୍କୁ ନେଇ ନାଟକ ପରିବେଷଣ କରାଯାଇଥିବା ବେଳେ ଉତ୍ସବକୁ କଳାପଥର ଯୁବକ ସଂଘ ଓ ଝାମୁଯାତ୍ରା କମିଟି ଦ୍ଵାରା ପରିଚାଳନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *