ପାନୀୟ ଜଳ ସଙ୍କଟ ନେଇ ଢମଣାଗାଡିଆ ଗ୍ରାମରେ ଉତ୍ତେଜନା !!!

Spread the love

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ପାନୀୟ ଜଳ ସଙ୍କଟ ନେଇ ଢମଣାଗାଡିଆ ଗ୍ରାମରେ ଉତ୍ତେଜନା ! ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦି ବ୍ଲକ ଅଧିନସ୍ଥ ଢମଣାଗାଡିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ନେଇ ସମସ୍ୟା ଦେଖା ଦେଇଛି । ସୂଚନା ମୁତାବକ ଠିକା ସଂସ୍ଥା ଆଇରନ ଟ୍ରାଙ୍ଗଲ ଗଭୀର ରେଙ୍ଗାଲି କାର୍ଯ୍ୟ ଜାରି ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏବେ ଜଳ ସଙ୍କଟ ଦେଖା ଦେଇଛି । ତା ସହିତ ଜମି ହରାଇଥିବା ଲୋକେ ସଠିକ ମୂଲ୍ୟ ପାଇନଥିବା ବେଳେ ଥଇଥାନ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମର ଅନେକ ମହିଳା ଏକତ୍ରିତ ହୋଇ ସ୍ଥାନୀୟ ଥାନା ସହିତ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *