କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଦୁର୍ଘଟଣା ନା ହତ୍ୟା ଷଡଯନ୍ତ୍ର । ଜୀବନ ପାଇଁ ସଂଘର୍ଷ କରୁଛନ୍ତି ସ୍ୱାମୀ , ନ୍ୟାୟ ପାଇଁ ବିକଳ ହେଲେ ପତ୍ନୀ । ପୋଲିସ ନିଷ୍କ୍ରିୟତାରୁ ଫେରାର ହେଲା ଆସାମୀ । ପ୍ରାୟ ୧ ମାସ ହେବ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସ୍ୱାମୀ .. ଆଉ ନ୍ୟାୟକୁ ଅପେକ୍ଷା କରିଛନ୍ତି ପତ୍ନୀ । ଚିକିତ୍ସା ରେ ଗଲାଣି ଲକ୍ଷ ଲକ୍ଷ ଟଙ୍କା ! ହେଲେ ଏକମାସରୁ ଉର୍ଦ୍ଧ ସମୟ ପରେ ମଧ୍ୟ ପୋଲିସ ନିଷ୍କ୍ରିୟତାରୁ ଏବେବି ଫେରାର ରହିଛି ଆସାମୀ .. ସେଦିନ ଥିଲା ସଂକ୍ରାନ୍ତି , ଘରୁ ବାହାରିବାକୁ ମନା କରିଥିଲି , ସେ ବି ରାଜି ହୋଇଥିଲେ ମାତ୍ର ସମ୍ପର୍କୀୟ ତାଙ୍କୁ ମନେଇ ନେଇ କଟକ ଆସିଲେ .. ବାଟରେ ପାଣି ପିଇବା ସମୟରେ ଘଟିଲା ଦୁର୍ଘଟଣା .. ପଛପଟୁ ଏକ ଦ୍ରୁତଗାମୀ ହୋଣ୍ଡା କାର ଧକ୍କା ଦେଲା .. ରକ୍ତ ଜୁଡୁବୁଡୁ ହୋଇ ହସ୍ପିଟାଲ ରେ ଭର୍ତ୍ତି ହେଲେ ଆଉ ଆଜିଯାଏ ତାଙ୍କ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛୁ .. ନ୍ୟାୟ ଆଶାରେ ଥାନାରେ ଅଭିଯୋଗ କଲୁ ! ହେଲେ ଯାହା ଆଶା କରିଥିଲୁ କାଣିଚାଏ ବି ମିଳିଲା ନାହିଁ .. ଧକ୍କା ଦେଇଥିବା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଗଲା ହେଲେ ପରବର୍ତ୍ତୀ ସମୟରେ ଗିରଫ ହେଲା ନାହିଁ .. ନାମକୁ ମାତ୍ର ଧକ୍କା ଦେଇଥିବା କାର ଜବତ ହେଲା ଯାହାକୁ ପରେ ମାଲିକ କୋର୍ଟରୁ ଛଡାଇ ନେଲେ .. ଅନ୍ୟପଟେ ସ୍କୁଟିରେ ଥିବା ସୁନା କୁଆଡେ ଗଲା ତା ମଧ୍ୟ ରହସ୍ୟ .. ଥରେ ଭଲ କରି ଶୁଣନ୍ତୁ କଣ କହୁଛନ୍ତି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ବ୍ୟକ୍ତିଙ୍କ ଧର୍ମ ପତ୍ନୀ .. ଆଉ କିଭଳି ନ୍ୟାୟ ପାଇଛନ୍ତି କମିଶନରେଟ ପୋଲିସ ଠାରୁ .. ଏବେ ପ୍ରଶ୍ନ ହେଉଛି ଏହା ସତରେ ଦୁର୍ଘଟଣା ଥିଲା ନା ହତ୍ୟା ଷଡଯନ୍ତ୍ର ?
ଦୁର୍ଘଟଣା ନା ହତ୍ୟା ଷଡଯନ୍ତ୍ର : ଜୀବନ ପାଇଁ ସଂଘର୍ଷ କରୁଛନ୍ତି ସ୍ୱାମୀ , ନ୍ୟାୟ ପାଇଁ ବିକଳ ହେଲେ ପତ୍ନୀ !!!

