ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ଓ ଓକିଲ ଦିବସ ପାଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ଆଧୁନିକ ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ଓ ଓକିଲ ଦିବସ ବାଣପୁର ଓକିଲ ସଂଘ ପକ୍ଷରୁ ପାଳନ କରାଯାଉଛି । ଏ ଅବସର ରେ ବରିଷ୍ଠ ଆଇନଜୀବୀ ବୃନ୍ଦାବନ ପ୍ରଧାନ ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭ ରୁ ଜାମ୍ମୁ କାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀ ଙ୍କ ଆକ୍ରମଣ ରେ ପ୍ରାଣ ହରାଇଥିବା ନିରୀହ ପର୍ଯ୍ୟଟକ ଙ୍କ ଉଦ୍ଦେଶ୍ୟ ରେ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ବାଭିମାନୀ ଓଡ଼ିଆ,ବାଗ୍ମୀ ଓ ସମାଜ ସଂସ୍କାରକ ଭାବେ ଦିଗବିଦିଗ ପରିଚିତ ମଧୁବାବୁଙ୍କ ଓଡ଼ିଆ ଜାତି ପ୍ରତି ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ସଂଘ ର ସଦସ୍ୟ ମାନେ ମଧୁବାବୁଙ୍କ ଶ୍ରୁତି ଚାରଣ କରିଥିଲେ । ଓଡ଼ିଶା ସରକାର ଙ୍କ ମାଧ୍ୟମରେ ଭାରତ ସରକାର ଙ୍କୁ ସ୍ୱର୍ଗତ ମଧୁ ବାବୁଙ୍କୁ ମରଣତ୍ଵର ଭାରତ ରତ୍ନ ସମ୍ମାନ ରେ ସମ୍ମାନିତ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଉକ୍ତ ସଭା କାର୍ଯ୍ୟରେ ଓକିଲ ସଂଘ ର ସମ୍ପାଦକ ଜଗଦୀଶ ପଟନାୟକ , ସହ ସମ୍ପାଦକ ନରେନ୍ଦ୍ର ନାୟକ, ସଦସ୍ୟ ପ୍ରସନ୍ନ ଜେନା, ବରିଷ୍ଟ ଆଇନଜୀବୀ ଗୌରିଶଙ୍କର ଷଡ଼ଙ୍ଗୀ, ରମେଶ ବିଶୋଇ, ଜଳଧର ପ୍ରଧାନ, ସଚିତ୍ ମିଶ୍ର,ମୁରଲୀ ସାମନ୍ତ ସିଂହାର, ମହେନ୍ଦ୍ର କୁମାର ସାମନ୍ତ ସିଂହାର, ନିରୋଜ ମହାନ୍ତି, ପ୍ରସାନ୍ତ ମହାନ୍ତି ଓ ପ୍ରଦୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *