ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଗାଇସିଲେଟ ବ୍ଳକ୍ ରାଜନୀତିରେ ଏକ ଦୃଢ଼ ଓ ସଚେତନ ସ୍ୱର ରୂପେ ଉଦୟ ହୋଇଛନ୍ତି ଯୁବନେତା ଯଜ୍ଞେଶ୍ଵର ପଧାନ । ତାଙ୍କର କଠୋର ପରିଶ୍ରମ, ନିଷ୍ଠା, ଓ ଜନସେବା ପ୍ରତି ପ୍ରେମ ଏବଂ ବଳିଷ୍ଠ ନେତୃତ୍ୱ ଦ୍ୱାରା ସେ ତାଙ୍କ ଅଞ୍ଚଳ ର ଲୋକଙ୍କ ମନରେ ବିଶେଷ ସ୍ଥାନ ହାସଲ କରିଛନ୍ତି ଏବଂ ସରକାର ଓ ଜନତା ମଧ୍ୟରେ ଏକ ସମ୍ପର୍କର ର ସେତୁ ଗଠନ କରିବାରେ ସେ ସକ୍ଷମ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବିକାଶ ବାହନ କାର୍ଯ୍ୟକ୍ରମ ରେ ସେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଙ୍କ ପ୍ରତିନିଧି ଭାବେ ଦାୟିତ୍ଵ ପାଇ ନିୟମିତ ଭାବରେ ଗାଇସିଲେଟ ବ୍ଲକ ର ସମସ୍ତ ପଞ୍ଚାୟତ ରେ କାର୍ଯକ୍ରମ ମାନଙ୍କରେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ୧୧ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଉପଲବ୍ଧି ଲୋକମାନଙ୍କୁ ଅବଗତ କରିଛନ୍ତି ତଥା ଲୋକଙ୍କ ସମସ୍ୟା ଓ ଦାବିକୁ ସରକାରଙ୍କ ନିକଟକୁ ପହଞ୍ଚାଇବା ଏବଂ ତାହାର ସମାଧାନକରିବାକୁ ଚେଷ୍ଟା କରୁଛନ୍ତି । ସେ କେବଳ ଏକ ଯୁବନେତା ନୁହନ୍ତି ବରଂ ଜନମାନସର ସ୍ବର । ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇ ଲୋକଙ୍କ ଅଧିକାର ହାସଲ ପାଇଁ ଅନବରତ ଚେଷ୍ଟା କରୁଛନ୍ତି।ଗ୍ରାମ ଗୁଡ଼ିକର ଉନ୍ନତି ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ,ପରିବେଶ ସୁରକ୍ଷା ଓ ଯୁବମାନଙ୍କ ଦକ୍ଷତା ବିକାଶ ପାଇଁ ତାଙ୍କ ଉଦ୍ୟମ ଓ ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ଅନେକ ଲୋକପ୍ରିୟତା ଅର୍ଜନ କରିଛନ୍ତି। ତାଙ୍କର ନିତି,ନିଷ୍ଠା ଓ ଭବିଷ୍ୟତ ନିର୍ମାଣ ପ୍ରତି ସକାରାତ୍ମକ ଦୂରଦୃଷ୍ଟି ଆଞ୍ଚଳିକ ରାଜନୀତି ରେ ଏକ ଆଦର୍ଶ ସୃଷ୍ଟି କରିଛି। କିପରି ନିଜ ଅଞ୍ଚଳ ର ଉନ୍ନତିରେ ନୂଆ ଅଧ୍ୟାୟ ଲେଖାଯାଇ ପାରିବ ଓ ଆଗାମୀ ଦିନରେ ଏହି ବିକାଶ ଯାତ୍ରା ଆହୁରି ସୁଦୃଢ଼ ଓ ଜନମୁଖୀ ହୋଇପାରିବ ସେଥିପାଇଁ ସେ ଆପ୍ରାଣ ଚେଷ୍ଟା କରୁଛନ୍ତି ସେ ଏକ କର୍ମଠ ଓ ଜନସମର୍ପିତ ନେତା ଭାବରେ ତାଙ୍କ ଦଳ ଓ ଲୋକଙ୍କ ପାଖରେ ଏକ ଅମୂଲ୍ୟ ସମ୍ପଦ ହୋଇପାରିଛନ୍ତି । ତାଙ୍କୁ ପାଇ ଗାଇସିଲେଟ ବ୍ଲକ୍ ତଥା ସେହି ଅଞ୍ଚଳ ର ଲୋକମାନଙ୍କ ମନରେ ପରିବର୍ତ୍ତନର ଏକ ଆଶା ଓ ବିଶ୍ବାସ ଜନ୍ମ ନେଇଛି।
ଚର୍ଚ୍ଚା ରେ ଗାଇସିଲେଟ ବ୍ଲକ ବରଗଡ ସାଂସଦଙ୍କ ପ୍ରତିନିଧି !!!

