ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ନର୍ଦମା ପାଲଟିଛି ମଦୁଆ ଡ୍ରାଇଭର ଙ୍କ ସ୍ୱପ୍ନର ୱାଟର ପାର୍କ ! କଳିଙ୍ଗନଗର ଥାନା ଅଧିନସ୍ଥ ଡ଼ୁବୁରୀ ଛକ ନିକଟରେ ଏକ ବସ ଡ୍ରାଇଭର ମଦ ପି ଏକ ନର୍ଦମା ପୋଲ ତଳ କୁ ଡେଇଁ ପଡିଥିଲା ! ମଦ ନିଶାରେ ଏତେ ମସଗୁଲ ଯେ ସେ ଭାବୁଥିଲା ସମୁଦ୍ର ରେ ପହଁରୁଛି ! ଡ୍ରାଇଭର ଜଣକ ଯାଜପୁର ରୁ ଟମକା ଅଭିମୁଖ୍ୟ ଲୋକ ନେଇକି ଯାଉଥିଲା ବେଳେ ଡ଼ୁବୁରୀ ଛକରେ ଗାଡିକୁ ଛିଡା କରି ପୋଲ ତଳକୁ ଡେଇଁ ପଡିଥିଲା ! ଏଠି ପ୍ରଶ୍ନ ଉଠୁଛି , କାହାର ଭୁଲ – ମଦୁଆ ଡ୍ରାଇଭର ର ନାଁ , ଗାଡି ମାଲିକ ର ! ଅଳପ କିଛି ପଇସା ଦେଇ ଏପରି ଡ୍ରାଇଭର ରଖି ଲୋକ ମାନଙ୍କ ଜୀବନ ସହ ଖେଳୁଛନ୍ତି ଗାଡି ମାଲିକ !
ନର୍ଦମା ପାଲଟିଛି ମଦୁଆ ଡ୍ରାଇଭର ଙ୍କ ସ୍ୱପ୍ନର ୱାଟର ପାର୍କ !!!

