ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୂଆଗଡ ପଞ୍ଚାୟତସ୍ଥିତ ଉଗ୍ରତାରା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ନୂଆଗଡ ସ୍ୱୟଂ ସେବକ ସଙ୍ଘ, ହରିପୁର ପକ୍ଷରୁ ତୃତୀୟ ବାର୍ଷିକ ମେଧାବୀ ସମ୍ବୋର୍ଦ୍ଧନା ଉତ୍ସବ ଶିକ୍ଷାବିତ୍ ଭାସ୍କର ମଙ୍ଗରାଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି | ଅତିଥିଭାବେ,ପୂର୍ବତନ ଟାଙ୍ଗୀବ୍ଲକ ଅଧକ୍ଷା ଗୀତାଞ୍ଜଳି ପାଟଶାଣୀ,ସରପଞ୍ଚ ରଘୁନାଥ ମାଝୀ, ପ୍ରାକ୍ତନ ସରପଞ୍ଚ ଗିରିଶ ମହାରଣା, ପ୍ରାକ୍ତନ ସରପଞ୍ଚ ପ୍ରଫୁଲ୍ଲ ହରିଚନ୍ଦନ, ଶିଳ୍ପପତି ତରଣୀ ସେନ ଦଳାଇ, ସମାଜ ସେବୀ ସୁଶାନ୍ତ କୁମାର ଜେନା ଓ ସୁଜାତା ଜେନା, ଶିକ୍ଷାବିତ ରସିଦ ଖାଁ,ମୋରମୋରସିଂହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେଶ୍ୱର ନାୟକ ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ |ସ୍ୱୟଂସେବକ ସଙ୍ଘ ସଭାପତି ମନୋରଞ୍ଜନ ମୁଦୁଲି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |ସମ୍ପାଦକ ସମୀର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ |ଏହି ଅବସରରେ ସ୍ଥାନୀୟ ସ୍କୁଲର ମେଧାବୀ ଛାତ୍ର ଛାତ୍ରୀଙ୍କ ସମେତ ଚଳିତବର୍ଷର ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜୁନ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ସମ୍ବୋର୍ଦ୍ଧିତ କରାଯାଇଥିଲା |ଶେଷରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସନ୍ତୋଷ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ | ଅଜୟ ରଣସିଂହ, ଗୌରାଙ୍ଗ ସାହୁ, ଶଶୀଭୂଷଣ ପାଟ୍ଟଶାଣି, ଗଣେଶ ମାଝୀ, ଆଲୋକ ସାମନ୍ତରାୟ,ଜ୍ୟୋତି ରଞ୍ଜନ ସ୍ୱାଇଁ, ମାନସ ଜେନା, ତପନ ପାଟ୍ଟଶାଣି, ନଳିନୀକାନ୍ତ ହରିଚନ୍ଦନଙ୍କ ସମେତ ସ୍ୱୟଂସେବକ ସଙ୍ଘର ସମସ୍ତ କର୍ମକର୍ତ୍ତା, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *