କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବୟାଳିଶି ମୌଜା ଝାରକଟା ଉପ୍ରା ବିଦ୍ୟାଳୟରେ ଫୁଲନଖରା ବନାଞ୍ଚଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ୭୬ ତମ ବନ ମହୋତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶଙ୍କ ସଭାପତିତ୍ୱରେ ଓ ବନପାଳ ଶ୍ରୀକାନ୍ତ ବେହେରାଙ୍କ ତତ୍ୱାବଧାନରେ ପାଳିତ ହୋଇ ଯାଇଛି l କାର୍ଯ୍ୟକ୍ରମରେ ସିଆରସିସି ଆରତ ଭଂଜନ ସାହୁ ମୁଖ୍ୟ ଅତିଥି ଓ ଏସଏମସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ହିଁ ଜୀବନ ବିଷୟକ ତଥ୍ୟ ଉପସ୍ଥାପନ କରିବା ସହ ସମସ୍ତେ ବୃକ୍ଷ ରୋପଣ ମନ୍ତ୍ରରେ ଦୀକ୍ଷିତ ହେବାକୁ ଆହ୍ୱାନ ଜଣାଇଥିଲେ l ଏହି ଉତ୍ସବରେ ବନପାଳ ଧନେଶ୍ୱର ସାହୁ ଶିଶିର ସାହୁ , ଅନନ୍ୟା ବିଶ୍ୱାଳ , ଶିକ୍ଷୟିତ୍ରୀ ଗୌରୀ ଦେଇ , ମିନତି ସ୍ୱାଇଁ , ଏସଏମସିର ସଭ୍ୟ ସଭ୍ୟା ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ l ଶିକ୍ଷୟିତ୍ରୀ ଅଳକା ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ବିକାଶ କୁମାର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା l
ଝାରକଟା ଉପ୍ରା ବିଦ୍ୟାଳୟରେ ବନମହୋତ୍ସବ !!!

