ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀ ପ୍ରସାଦ ମିଶ୍ର ଅବସର ଗ୍ରହଣ କରିଛନ୍ତି ଓ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏ ଉପଲକ୍ଷେ ଡ଼ ବର୍ମାଙ୍କ ସଭାପତିତ୍ବରେ ଆୟୋଜିତ ସମାରୋହରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଆଦିତ୍ୟ ସାରଥୀ ବେଦମତ୍ତା ସଂଯୋଜନା କରି ସଭାର ଉଦ୍ଦେଶ୍ୟ କହିବା ପରେ ମହାବିଦ୍ୟାଳୟର ଅନେକ କର୍ମଚାରୀ ବିଦାୟୀ ଦୁଇ ଅଧ୍ୟକ୍ଷଙ୍କ ସହ ବିତାଇଥିବା ସ୍ମୃତି ଓ ଅନୁଭୂତି ରୋମନ୍ଥନ କରି ସେମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।ବିଦାୟୀ ଅଧ୍ୟକ୍ଷଙ୍କ ପ୍ରଚେଷ୍ଟା ଓ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନଙ୍କ ସାହାଯ୍ୟ ଓ ସହଯୋଗରେ ନାକ ଟିମ୍ ପରିଦର୍ଶନ କିପରି ସଫଳ ହୋଇଥିଲା ଏ ସମ୍ପର୍କରେ ପୁରାତନ ଛାତ୍ର ସଂଘର ସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର ଭୋଳ ଭାବ ବିହ୍ଵଳିତ ହୋଇ ବର୍ଣ୍ଣନା କରିଥିଲେ।ପୁରାତନ ଛାତ୍ର ଶ୍ରୀ ସୁଶୀଲ ଅଗ୍ରୱାଲ ବିଦାୟୀ ଅଧ୍ୟକ୍ଷ ଓ ନୂତନ ଅଧ୍ୟକ୍ଷଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସରରେ ବଉଳ ,ବେଲ ଓ ବାଦାମ ବୃକ୍ଷ ରୋପଣ କରାଇ ଏହି ଗଛ ବଡହେବା ଯାଏଁ ଏହାର ଦାୟିତ୍ଵ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ପୁରାତନ ବଡ଼ବାବୁ ଶ୍ରୀ ବିଜୟ କୁମାର ସାମନ୍ତରାୟ ପ୍ରକାଶ ପଟ୍ଟନାୟକଙ୍କ ସମେତ ଅନେକ ଶୁଭେଛୁ ଏହି ତିନିଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ଼ ସୁଜାତା ମିଶ୍ର ପରିଶେଷରେ ଧନ୍ୟବାଦ୍ ପ୍ରଦାନ କରିଥିଲେ।ଶେଷରେ ମହାବିଦ୍ୟାଳୟର ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ଦ୍ଵାରା ଉଭୟ ବିଦାୟୀ ଅଧ୍ୟକ୍ଷଙ୍କ ସମେତ ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦିଆଯାଇ ଭୂରି ଭୋଜନରେ ଆପ୍ୟାୟିତ କରାଯାଇଥିଲା ଏଥିରେ ଅଧ୍ୟାପକ ପ୍ରଶାନ୍ତ ହୋତା ,କ୍ୟାପଟେନ ଗୁରୁ କିଶୋର ନାୟକ, ଦୁର୍ଯ୍ୟୋଧନ ସାହୁ, ସୁଧାଂଶୁ ଶେଖର ତ୍ରିପାଠୀ ଜାନକୀ ବଲ୍ଲଭ ଜେନା ପ୍ରମୁଖ ସହଯୋଗ କରିଥିଲେ ! ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ,ବାଣପୁର ଶାଖା ତରଫରୁ ଶ୍ରୀ ସତ୍ୟ ନାରାୟନ ଷଡ଼ଙ୍ଗୀ ,ବୈରାଗୀ ଚରଣ ବଳ,ଅଜୟ ଦାସ,କୈଳାସ ଖୁଣ୍ଟିଆ ପ୍ରମୁଖ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଗୋଦାବରୀଶ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଓ ଦାୟିତ୍ଵ ଗ୍ରହଣ ଉତ୍ସବ !!!

