ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜାଗମରା ଜଗମୋହନ ନଗର ଅଞ୍ଚଳରେ ସମ୍ପର୍କୀୟ ଙ୍କ ଘରକୁ ଯାଇଥିଲେ ଜଣେ ଡିଜିଟାଲ ମିଡ଼ିଆ ପ୍ରତିନିଧି ! ଗେଟ ଖୋଲି ଭିତରକୁ ଯାଇ ଠିଆ ହୋଇଛନ୍ତି , ହଠାତ ବାହାରି ଆସିଲେ ଜଣେ ମହିଳା ! ତାପରେ ଆରମ୍ଭ ହେଲା ପ୍ରଳୟ – ବାହାରକୁ ବାହାର , ତମେ କିଏ – ମୋ ପାର୍କିଙ୍ଗ ରେ ପଶି ଠିଆ ହୋଇଛ ! କିଏ ତମକୁ ଅନୁମତି ଦେଲା ! ଶୀଘ୍ର ବାହାରକୁ ଯା , ନହେଲେ ଖଣ୍ଡଗିରି ଆଇଆଇସି ଙ୍କୁ ଡାକିବି , ସିଧା ଜେଲ ଯିବୁ ! ଏପରି ଅଭାବନୀୟ ଘଟଣା ରେ ତାଯୁବ ହେଲେ ସାମ୍ବାଦିକ ଜଣକ ! କଥା ବୁଝିବା ବେଳକୁ ମହିଳା ଜଣକ ଭଡାଟିଆ ! ଆଉ ଏପରି ରୋବାବ ର କାରଣ ହେଲା ସେ ଜଣେ ପୁଲିସ ବାବୁ ଙ୍କ ସ୍ତ୍ରୀ ! ଘର ନେଇଥିଲେ ଭଡା , ହେଲେ କାଗଜପତ୍ର ଜାଲିଆତି କରି ନିଜକୁ ମାଲିକାଣୀ ବୋଲି କହି ବୁଲୁଛନ୍ତି ପୁଲିସ ବାବୁ ଙ୍କ ସ୍ତ୍ରୀ ! ତିନି ମହଲା ଘର ର ଗୋଟିଏ ପଟ ନିଜ ଦଖଲ ରେ ରଖି ତାହାକୁ ଭଡା ରେ ଲଗାଇଛନ୍ତି ପୁଲିସ ବାବୁ ଗଣେଶ ସ୍ୱାଇଁ ଙ୍କ ସ୍ତ୍ରୀ ରଞ୍ଜିତା ସ୍ୱାଇଁ । ସେହି ଘରକୁ ବେଆଇନ ବିଦ୍ୟୁତ୍ ସଂଯୋଗ କରିଥିବାର ଅଭିଯୋଗ ଆସିବା ପରେ , ଯିଏ ଘର ଭିତରକୁ ଆସୁଛି ଛାନିଆ ହୋଇ ତାକୁ ଏପରି କହୁଛନ୍ତି ! ଆଗରୁ ବିଭିନ୍ନ ସମୟରେ ଅନେକ ଘଟଣା କୁ ନେଇ ଖଣ୍ଡଗିରି , ନୟାପଲ୍ଲୀ ଏବଂ ବରଗଡ଼ ଥାନାରେ ପୃଥକ୍ ମାମଲା ହୋଇଥିବା ବେଳେ , ନିଜ ଖାକି ଆଢ଼ୁଆଳରେ ଖସି ଯାଇଛନ୍ତି ଗଣେଶ ସ୍ୱାଇଁ ଓ ତାଙ୍କ ସ୍ତ୍ରୀ ରଞ୍ଜିତା ସ୍ୱାଇଁ । ତେବେ ଘର ମାଲିକଙ୍କ ପାଖକୁ ଯାଇଥିବା ବ୍ୟକ୍ତି ଜଣକ ଜଣେ କାର୍ଯ୍ୟରତ ସାମ୍ବାଦିକ ହୋଇଥିବାରୁ ଭଡାଟିଆ ମହିଳାଙ୍କ ଏପରି ବ୍ୟବହାର ସମ୍ପର୍କରେ ଅନ୍ୟ ସାମ୍ବାଦିକ ବନ୍ଧୁ ମାନଙ୍କୁ ଜଣାଇଥିଲେ ! ତାପରେ ଆରମ୍ଭ ହୋଇଛି ତନାଘନା ! ସାରୁ ଖୋଲିବା ବେଳେ ମହାଦେବ ବାହାରିବା ପରି ନ୍ୟାୟରେ , ବହୁ ଚାଂଚଲ୍ୟକର ତଥ୍ୟ ଆସିଲାଣି ସାମନା କୁ ! ଭରତପୁର ସରକାରୀ ଜାଗା ବିକ୍ରୀ ହେଉ କି ଅନ୍ଧାରୁଆ ମୌଜା ରେ ଫଲସ ଚେକ ଦେଇ ଜମି ହଡପ ହେଉ , ସବୁ ର ହେବ ଖୁଲାସା !
ଚଞ୍ଚକତା କରି ଘର ମାଡି ବସିଛନ୍ତି ପୁଲିସ ବାବୁ ଓ ତାଙ୍କ ସ୍ତ୍ରୀ !!!

