ଗୋଦାବରୀଶ ମହାବିଦ୍ୟାଳୟରେ ରୋଭର, ରେଞ୍ଜର ଙ୍କ ଦ୍ବାରା ବସ୍ତ୍ର ସଂଗ୍ରହ ଅଭିଯାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା, ବର୍ତ୍ତମାନର ଅଧ୍ୟକ୍ଷ ଡଃ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମାଙ୍କ ଦ୍ବାରା ଏକ ବସ୍ତ୍ର ସଂଗ୍ରହ ଅଭିଯାନ ଉଦଘାଟିତ ହୋଇଯାଇଛି । ଏହି ଅଭିଯାନ ମାଧ୍ୟମରେ ମହାବିଦ୍ୟାଳୟର ରୋଭର, ରେଞ୍ଜର ମାନେ ଅନୁଷ୍ଠାନ କର୍ମଚାରୀଙ୍କ ଠାରୁ ବିଭିନ୍ନ ପ୍ରକାର ପରିଷ୍କାର ବ୍ୟବହୃତ ହେଉଥିବା ଓ ନୂତନ ବସ୍ତ୍ର ସଂଗ୍ରହ କରିବା ପାଇଁ ଉଦ୍ୟମ କରିଛନ୍ତି । ଏହି ଅଭିଯାନ ପ୍ରାୟ ଏକ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସଂଗୃହିତ ବସ୍ତ୍ର ଗୁଡିକ ମାଳ ଅଞ୍ଚଳର ବିଭିନ୍ନ ଗ୍ରାମରେ ବାସ କରୁଥିବା ବିଭିନ୍ନ ଲୋକ ମାନଙ୍କୁ ପ୍ରଦାନ କରାଯିବ । ଏଠାରେ ଉଲ୍ଲେଖ ଯୋଗ୍ୟଯେ ଗତ ବର୍ଷ ମଧ୍ୟ ଛାତ୍ର ଛାତ୍ରୀ ମାନେ ବହୁତ ବସ୍ତ୍ର କୋଶରଡା ଗ୍ରାମରେ ବସ୍ତ୍ର ବଣ୍ଟନ କରିଥିଲେ । ଏହି ଅଭିଯାନରେ ସଞ୍ଚାଳକ ଭାବେ ରୋଭର ଲିଡର ଆଦିତ୍ୟ ସାରଥି ବେଦମାତା ଓ ରେଞ୍ଜର ଲିଡର ଉତ୍କଳିକା ପାଢୀ ଦାୟିତ୍ଵ ନେଇଛନ୍ତି । ଉଦଘାଟନ ଉତ୍ସବରେ ମହାବିଦ୍ୟାଳୟର +୨ ଅଧ୍ୟକ୍ଷ ଶ୍ରୀମତୀ ଅର୍ଚନା ତ୍ରିପାଠୀ, ଅଧ୍ୟାପକ ଶ୍ରୀଯୁକ୍ତ ଜୟନ୍ତ ବିହାରୀ, ଅଧ୍ୟାପିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପଲାଇ, ଶ୍ରୀଯୁକ୍ତ ସତ୍ୟାନନ୍ଦ ମହାରଣା, ଶ୍ରୀଯୁକ୍ତ ଗୁରୁ କିଶୋର ନାୟକ ,ଶ୍ରୀମତୀ ନୟିନା ପ୍ରଧାନ, ରୋଭର ଶ୍ରୀ ତୁଶାରକାନ୍ତ , ରେଞ୍ଜର ଶର୍ମିଷ୍ଠାଙ୍କ ନେତୃତ୍ବରେ 30 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *