କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ ! କୋରାପୁଟ ଶିକ୍ଷା ବ୍ଲକ୍ ଅନ୍ତର୍ଗତ ପୋଲିସ କ୍ଲଷ୍ଟରରେ ଆଜି ସୁରଭି ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟର ଅନ୍ତର୍ଗତ ୧୨ ଟି ବିଦ୍ୟାଳୟରୁ ୧୩୨ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ଉତ୍ସାହିତ ମଧ୍ୟ କରିଥିଲେ । ଉଦଘାଟନୀ ଉତ୍ସବରେ ବାଳିକା ଶିକ୍ଷା ସଂଯୋଜକ ଶୁଭେନ୍ଦୁ ବାରିକ ସ୍ଵତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିବା ବେଳେ ସିଆରସିସି ପ୍ରଦୀପ କୁମାର ପାତ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । କନିଷ୍ଠ ଓ ବରିଷ୍ଠ ବିଭାଗରେ ବକ୍ତୃତା, ବିତର୍କ, ବକ୍ତୃତା, କୁଇଜ୍, ସଙ୍ଗୀତ, ଚିତ୍ରାଙ୍କନ, ସୃଜନାତ୍ମକ ଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ଜଣାପଡିଛି । ସେହିପରି ରେଲିକୁମ୍ଭା କ୍ଲଷ୍ଟର ସିଆରସିସି ହର ପ୍ରସାଦ ମିଶ୍ର , ଦଳେଇପୁଟ ସିଆରସିସି ସୁବୋଧ ମାଝୀ , ଛପର ସିଆରସିସି ବାସୁଦେବ ଦାସ , ଘୋଡ଼ାଦୋରା ସିଆରସିସି ଜ୍ୟୋତି ପାଢ଼ୀ ଶିଶୁ ମହୋତ୍ସବ ସୁରଭି ଆୟୋଜନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସଂଯୁକ୍ତା ଖରା, ପ୍ରତିମା ପଣ୍ଡା, ସୁଭ୍ରାରାଣୀ ପ୍ରଧାନ, ରୀନା ଦାସ, ସୁଧାକର ସେଠି, ଭଗବାନ ଦାସ ଏବଂ ଅନ୍ୟ ଶିକ୍ଷକ ମାନେ ସହଯୋଗ କରିଥିଲେ ।
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ !!!

