ବିଶିଷ୍ଟ ଗାନ୍ଧୀବାଦି ଡ. ସୁବାରାଓ ଙ୍କ ଜୟନ୍ତୀରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶିଷ୍ଟ ଗାନ୍ଧୀବାଦି ଓ ସର୍ବୋଦୟ ନେତା ଡ ଏସ୍ ଏନ୍ ସୁବାରାଓ ଙ୍କ ୯୭ ତମ ଜୟନ୍ତୀ ଅବସରରେ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ଅଶୋଭନୀୟ ନିରୋଧ ଆନ୍ଦୋଳନ ର ନିର୍ଦ୍ଦେଶିକା ଡ ଅରୁନ୍ଧତୀ ଦେବୀ ଉଦ୍ଘାଟନ କରିଥିଲେ। ଜାତୀୟ ଯୁବ ପ୍ରକଳ୍ପ ଓଡ଼ିଶା ସଭାପତି ସୂର୍ୟ ରଥ, ଅହିଂସା ବିଚାର ଫାଉଣ୍ଡେସନ ର ଅଧ୍ୟକ୍ଷ ଶ୍ରୀ ସୋମ, ମାଇଁ ନେଷ୍ଟ ଏସେଟ୍ସ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଦର୍ଶ କୁମାର ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ ୨୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ବିଭୂତି ଭୂଷଣ ସାହୁ, ସଞ୍ଜୟ ନାୟକ, ଚନ୍ଦ୍ରକାନ୍ତ ଭୋଇ,ଶଶିକାନ୍ତ ବେହେରା, ପ୍ରଜକ୍ତା ଦାସ, ସୁମିରନ୍ ଦାସ ମାନସୀ ସରକାର ଏବଂ ହର ପ୍ରସାଦ ମହାପାତ୍ର ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *