ବଜ୍ରପାତରେ ୩ ବଳଦ ମୃତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ପାର୍ତ୍ତଡା ଗ୍ରାମରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ବଜ୍ରପାତ ଘଟି ୩ ଗୋଟି ବଳଦର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ବଳଦ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ସମୟରେ ବଜ୍ରପାତ ଘଟି ପାର୍ତ୍ତଡା ଗ୍ରାମର ତିମୟ ଭୂୟାଁଙ୍କ ୩ ଗୋଟି ବଳଦ ଗୁହାଳ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି ଓ ଗୋଟିଏ ବଳଦ ଗୁରୁତର ଭାବେ ଆହତ ହୋଇଛି । ମରିଯାଇଥିବା ବଳଦ ଗୁଡିକର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୮୦ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି । ଖବର ପାଇ କାଶୀନଗର ବ୍ଲକ ପଶୁ ଚିକିତ୍ସକ ଡ଼ଃ କାହ୍ନୁ ଚରଣ ସାହୁ, ଭି.ଏ.ଏସ ଶ୍ରୀ ଆକାଶ କୁମାର ପଣ୍ଡା ଓ ଏଲ.ଆଇ ଶ୍ରୀ ଗୋବିନ୍ଦ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତିନି ଗୋଟି ବଳଦର ବ୍ୟବଚ୍ଛେଦ କରିଥିବା ଜଣାପଡିଛି । ତିମୟ ଭୂୟାଁଙ୍କ ପରିବାର ନିତ୍ୟାନ୍ତ ଗରୀବ ଶ୍ରେଣୀର ହୋଇଥିବା ଯୋଗୁଁ ତାଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *