ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ଙ୍କ ସଙ୍ଗୀତ ଉନ୍ମୋଚନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀ ସଂଗ୍ରାମୀ ସେବା ସଂଘ ତରଫରୁ ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ଙ୍କ ସଙ୍ଗୀତ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ରାଜଧାନୀ ଜୟଦେବ ଭବନ ରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜମଙ୍ଗଳ ହୁଣ୍ଡି ଭଙ୍ଗାଯାଇ ସଂଗୃହୀତ ଅର୍ଥରାଶି କର୍କଟ ପିଡୀତ ରୋଗୀଙ୍କୁ ପ୍ରଦାନ କରାଯାଇଥିବା ସମୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ସ୍ୱତନ୍ତ୍ର ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ଜୟଦେଵ ଭବନ ପ୍ରେକ୍ଷାଳୟରେ ସାମାଜିକ ଚିତ୍ର ଓ ଚରିତ୍ର ସୁଧାରକ ସଙ୍ଗୀତ ଜନ ଆନ୍ଦୋଳନ ମହାରଥୀ ପ୍ରଦ୍ୟୁମ୍ନ ଶତପଥୀ ଉନ୍ମୋଚିତ ହୋଇଯାଇଛି, ଏହି ଗୀତରେ କଣ୍ଠଦାନ କରିଛନ୍ତି ବିଷ୍ଣୁ ମୋହନ କବି ଓ ଜୟଶ୍ରୀ ଧଳ, ଚନ୍ଦ୍ରଭାନୁ କର ଗୀତ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ନାୟକ । ଏହି ଅବସରରେ ବାଙ୍କୀ ଅଞ୍ଚଳର ଜଣେ ଅସହାୟ କର୍କଟ ପିଡ଼ିତା ରାଞ୍ଜୁଲତା ସାହୁଙ୍କୁ ସମାଜମଙ୍ଗଳ ହୁଣ୍ଡି ଭାଙ୍ଗି ସେଥିରୁ ଆଦାୟ ମୋଟ — ଅର୍ଥରାଶି ପ୍ରଦାନ କରାଯିବା ସହ କିଛି ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନଙ୍କୁ ଓଡ଼ିଆ ଅସ୍ମିତା ଗୌରବ ସମ୍ମାନ ପ୍ରଦାନ କରାଯାଇଛି । ସଙ୍ଘ ପ୍ରତିଷ୍ଠାତା ବାପୁଓଝାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ସମ୍ମାନିତ ଅତିଥିଭାବେ ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସୁରେଶ ଚନ୍ଦ୍ର ରାଉତରାୟ, ଫୋକସ ପ୍ଲସ ମୁଖ୍ୟ ସୁଧାଂଶୁ ରାଉତ, ମହିଳା ଉଦ୍ୟୋଗୀ ସୃଷ୍ଟି ସୌମେନ, କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳ, ବିଶିଷ୍ଟ ଲେଖିକା, ଗବେଶିକା ଡ଼. ଭାଗ୍ୟଲିପି ମଲ୍ଲ, ଅକ୍ଷୟ ଯୁବ ସଂଘ ଆବାହକ ଶ୍ରୀମାନ ଅବିନାଶ ପଟ୍ଟନାୟକ, ବିଜେପି ନେତା ବିଭୁତି ସାହୁ, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ରୁଦ୍ର ସାମନ୍ତରାୟ, କବି ସୁନୀଲ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସଙ୍ଘ ସଭାପତି ଧୀରେନ ଶଙ୍କର ଦାସ, ମଞ୍ଚ ପରିଚାଳନା କରିଥିଲେ ବିକାଶ ବାରିକ, ଉପସଭାପତି ଡେଜି ଶତପଥୀ, ତନ୍ମୟ ସାମନ୍ତରାୟ, ଚିତ୍ତରଞ୍ଜନ ଦାଶ, ରୋହିତ ନାୟକ, ନିରଞ୍ଜନ ସାହୁ, ଦେବପ୍ରସାଦ ମେର୍କାପ, ଦୀପକ ବାରିକ, ପ୍ରତାପ ସାହୁ, ପ୍ରଦୀପ ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *