ଗଛ ପଡ଼ି ଜଣେ ମୃତ : ଜଣେ ଗୁରୁତର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅଧୀନ ବାଘଶାଳା ଗ୍ରାମରେ କାଳବୈଶାଖୀ ବର୍ଷା ପ୍ରଭାବରେ ଗଛ ପଡ଼ି ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ କେ.ମନ୍ମଥ ରାଓ , ଅନ୍ୟ ଜଣେ ବ୍ୟକ୍ତି ୱାଇ.ଶ୍ରୀନୁଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ମନ୍ମଥ ଗାଁ ବଜାର ଛକରେ ଥିବା ଶ୍ରୀନୁଙ୍କ ଦୋକାନରେ ବସିଥିବା ବେଳେ ହଠାତ୍ ପବନ ସହ ବର୍ଷା ଆରମ୍ଭ ହୋଇଯାଇଥିଲା । ଫଳରେ ଦୋକାନ ନିକଟରେ ଥିବା ବରଗଛ ପଡ଼ିଯିବା ଫଳରେ ଶ୍ରୀନୁ ଚାପି ହୋଇ ରହିଯାଇଥିବା ବେଳେ ମନ୍ମଥଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବାହିନୀ ଗଛକୁ କାଟି ଶ୍ରୀନୁଙ୍କୁ ଉଦ୍ଧାର କରିଥିଲେ । ଗୋଷାଣୀ ବିଡିଓ ଗୌର ପଟ୍ଟନାୟକ, ତହସିଲଦାର ନାରାୟଣ ବେହେରା , ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ ଓ ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଏନ.ଭୀର ରାଜୁ ପ୍ରମୁଖଙ୍କ ଉପସ୍ଥିତିରେ ଗଛକୁ କାଟି ହଟା ଯାଇଥିଲା । ସେହିପରି କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *