ମିଶନ ରକ୍ତଦାନ ତରଫରୁ ବିଶ୍ଵ ଥାଲାସେମିଆ ଦିବସ ପାଳିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶ୍ଵ ଥାଲାସେମିଆ ଦିବସ ଅବସରରେ ମିଶନ ରକ୍ତଦାନ ତରଫରୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ ସହିତ ୩୦ ଜଣ ଥାଲାସେମିଆ ଶିଶୁ ଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି। ଏହି ଶିବିରକୁ ରକ୍ତ କେନ୍ଦ୍ର ନିର୍ଦ୍ଦେଶିକା ଡ ଇତିଶ୍ରୀ ଚୌଧୁରୀ ଉଦ୍ଘାଟନ କରିଥିଲେ। ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ସ୍ଵେଚ୍ଛାକୃତ ରକ୍ତଦାନ ସମ୍ପର୍କରେ ଅବଗତ କରିଥିଲେ। ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ମଧୁସୂଦନ ଦାସ ଯୋଗଦେଇ ଓଡ଼ିଶାରେ ରକ୍ତଦାନ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମିଶନ ରକ୍ତଦାନ ସଂଯୋଜକ ବିଭୂତି ଭୂଷଣ ସାହୁ ମିଶନ ରକ୍ତଦାନ ର ନିୟମିତ କାର୍ଯ୍ୟକ୍ରମ ଏବଂ ଥାଲାସେମିଆ ଶିଶୁ ଙ୍କୁ ମିଶନ ରକ୍ତଦାନ ତରଫରୁ ରକ୍ତ ଯୋଗାଇ ଦେବା ଉପରେ ଆଲୋକପାତ କରିଥିଲେ। ଶିବିରରୁ ୨୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ପରିଶେଷରେ ମିଶନ ରକ୍ତଦାନ ପ୍ରତିଷ୍ଠାତା ହର ପ୍ରସାଦ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିବା ସହିତ ମିଶନ ରକ୍ତଦାନ ଆଗାମୀ ଦିନରେ ନିୟମିତ ଶିବିର ଆୟୋଜନ ଜାରି ରଖିବା ପାଇଁ ବାର୍ତ୍ତା ରଖିଥିଲେ ।

Leave a Reply

Your email address will not be published. Required fields are marked *