ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ ମାଣିକପାଟଣା ଗ୍ରାମରେ ଜନଗଣନା ଚାଲୁ ରହିଥିବା ବେଳେ ଘର କାନ୍ଥରେ ଉଲ୍ଲେଖ କରାଯାଇଥିବା ଓଡ଼ିଶା ଜନଗଣନା ତଥ୍ୟ ଉପରେ ରଙ୍ଗ ବୋଳି ଆନ୍ଧ୍ର ଅଧିକାରୀ ସେମାନଙ୍କ ତଥ୍ୟ ଉଲ୍ଲେଖ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଖବରପାଇ ଗଜଚ୍ଚପତି ଜିଲ୍ଲା ପ୍ରଶାସନ ଓ ପୋଲିସ ଗ୍ରାମରେ ପହଞ୍ଚି ଆନ୍ଧ୍ରର ତଥ୍ୟକୁ ଲିଭାଇ ଓଡ଼ିଶା ସର୍ଭେ ନମ୍ବର ପୁଣି ଲେଖିଛନ୍ତି । ଗତକାଲି ମାଣିକପାଟଣା ଗ୍ରାମରେ ଆନ୍ଧ୍ର ର କିଛି ଅଧିକାରୀ ପହଞ୍ଚି ଓଡ଼ିଶା ପକ୍ଷରୁ ଉଲ୍ଲେଖ କରା ଯାଇଥିବା ସର୍ଭେ ନମ୍ବର ଉପରେ ରଙ୍ଗ ବୋଳି ଆନ୍ଧ୍ର ସର୍ଭେ ନମ୍ବର ଉଲ୍ଲେଖ କରିଥିଲେ ଏବଂ ସେହିଦିନ ଘଟଣାସ୍ଥଳରୁ ଆନ୍ଧ୍ରର ମଞ୍ଜୁଷା ମଣ୍ଡଳର ରାଜସ୍ୱ ସୁପରଭାଇଜର ଓଡିଶା ସର୍ଭେ ଅଧିକାରୀ ଙ୍କୁ କଲ କରି ସେହି ଅଞ୍ଚଳ ସବୁ ଆନ୍ଧ୍ରର ଆପଣ କାହିଁକି ଜନଗଣନା ପ୍ରକିୟାରେ ସାମିଲ କରିଛନ୍ତି କହିବା ସହ ଆଉ ସେହି ଅଞ୍ଚଳକୁ ନ ଯିବାକୁ ବାରଣ କରି ଧମକ ଦେଇଥିଲେ। ହେଲେ ଆଜି ଗଜପତି ଉପଜିଲ୍ଲାପାଳ ଅନୁପ ପଣ୍ଡା ଙ୍କ ନେତୃତ୍ୱରେ, ରାୟଗଡ଼ା ତହସିଲଦାର ସୁକାନ୍ତ ପ୍ରଧାନ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ଙ୍କ ସହ ରାଜସ୍ବ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଓ ଆନ୍ଧ୍ର ପକ୍ଷରୁ କାନ୍ଥରେ ଲେଖାଯାଇଥିବା ତଥ୍ୟକୁ ଲିଭାଇ ଓଡ଼ିଶା ତଥ୍ୟ ଉଲ୍ଲେଖ କରିଛନ୍ତି । ସୀମାକୁ ନେଇ ବିବାଦ ନୁଆ କଥା ନୁହେଁ ପୁର୍ବରୁ ସୀମା ବିବାଦକୁ ନେଇ ଉଭୟ ଜିଲ୍ଲା ପ୍ରଶାସନ ଏବଂ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ଆସି ଧମକ ଦେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଦାବି ହୋଇ ଆସୁଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ତିନି ତିନି ଥର ଶ୍ରୀକାକୁଲମ ଜିଲ୍ଲାର ଜିଲ୍ଲାପାଳ ଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଥିଲେ ମଧ୍ୟ ଏଥିରେ ଆନ୍ଧ୍ର ପ୍ରଶାସନ ସହଯୋଗ କରୁନଥିବା ବେଳେ ମଝିରେ ମଝିରେ ଓଡ଼ିଶା ସୀମା ମଧ୍ୟରେ ପଶି ଆନ୍ଧ୍ର ଅଧିକାରୀ ଦାଦାଗିରି ଦେଖାଉଛନ୍ତି ବୋଲି କହିଛନ୍ତି ଉପଜିଲ୍ଲାପାଳ ଅନୁପ ପଣ୍ଡା ! ଉଭୟ ରାଜ୍ୟ ସରକାର ଆଲୋଚନା ପୂର୍ବକ ଏନେଇ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇଛି !
ଓଡ଼ିଶା ଜନଗଣନା ତଥ୍ୟ ଉପରେ ରଙ୍ଗ ବୋଳିଲେ ଆନ୍ଧ୍ର ଅଧିକାରୀ !!!

