ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତିକ ମାତୃ ଦିବସ ପାଳିତ ଓ ସଂଗଠନର ସପ୍ତମ ବାର୍ଷିକ ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜନହର ଠାରେ ଥିବା ୟୁଟେକ୍ କମ୍ପ୍ୟୁଟର ଏଜୁକେସନ୍ ସେଣ୍ଟର ଠାରେ ଆନ୍ତଃର୍ଜାତୀକ ମାତୃ ଦିବସ ଏବଂ ପ୍ରଗତି ମହିଳା ସଂଗଠନର ସପ୍ତମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମା’ ର ମହତ୍ତ୍ଵ,ତ୍ୟାଗ, ନିଷ୍ଠା ଏଵଂ ମା’ର ନିଃସର୍ତ୍ତ ସେବା ପାଇଁ ସେ ଯୁଗେ ଯୁଗେ ମହିୟସୀ, ମାଆ ଚୀର ବନ୍ଦନୀୟା, ଚୀର ପୂଜନୀୟା, ଅଭିନ୍ଦନୀୟା ବୋଲି ଅତିଥିଗଣ କହିଥିଲେ । ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମ୍ପାଦିକା ତନୁଜା ଶତପଥୀ ବିବରଣୀ ପାଠ କରିଥିଲେ । ସମ୍ମାନିତ ଅତିଥି ଭାବେ ସହକାରୀ ଖଣି ଅଧିକାରୀ ବିଶ୍ୱଜିତ ମହାନ୍ତ, ମୁଖ୍ୟ ଅତିଥି ଭାବେ ଉପ କାରାଗାର ଅଧିକାରୀ କାମାକ୍ଷୀ ପ୍ରସାଦ ପତି, ଅବସରପ୍ରାପ୍ତ ଉପକାରାଗାର ଅଧିକାରୀ ହନୁ ସେଠୀ, ମୁଖ୍ୟବକ୍ତା ଭାବେ ଡକ୍ଟର ଭାରତୀ ପାଣିଗ୍ରାହୀ , ସଭାପତି ଲୋକନାଥ ମିଶ୍ର, ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥୀ, ଶିକ୍ଷାବିତ ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶୁଭଶ୍ରୀ ଭୁକ୍ତା ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ସ୍ନେହା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରେଷ୍ଠ ମା ଭାବେ ପ୍ରଗତି ମାତୃ ସମ୍ମାନ ପ୍ରଦାନ କରାଯାଇଥିଲା ! କବିତା ଆବୃତ୍ତିରେ ବିଜୟ ଲାଭ କରିଥିବା ଛାତ୍ର ଛାତ୍ରୀ ଗୃହିଣୀ ମାନଙ୍କୁ ପୁରସ୍କାର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ମୁରଲୀଧର ପରିଚ୍ଛା, ଅଞ୍ଜନା ପଟ୍ଟନାୟକ , ଶୁଭଶ୍ରୀ ଭୁକ୍ତା ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *