ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଉତ୍କଳ ସମ୍ମିଳନୀ ଶାଖାର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କର ନେତୃତ୍ବରେ କିଛି ସଦସ୍ୟ ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତ ଯାଇଥିଲେ । ସେଠାରେ ଆନ୍ଧ୍ରପ୍ରଦେଶର ମନମୁଖୀ ଜନଗଣନା ସର୍ଭେ ଚାଲିଥିବାରୁ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ ଗ୍ରାମବାସୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଗଙ୍ଗାବାଡ ପଞ୍ଚାୟତ ର ଉଭୟ ମାଣିକପାଟଣା ଓ ଗୁଡିଖୁ଼ିଡି ଗ୍ରାମରେ ଆନ୍ଧ୍ରପ୍ରଦେଶ ସରକାରୀ କର୍ମଚାରୀ ଜନଗଣନା କରିଥିବା ବେଳେ ଗଂଜାମ ଜିଲ୍ଲାର ପାତ୍ରପୁର ବ୍ଲକର ବୁରତାଲ ପଞ୍ଚାୟତ ତରଫରୁ ମଧ୍ଯ ସର୍ଭେ ହୋଇଛି। ୟା ପୂର୍ବରୁ ଗଜପତି ଜିଲ୍ଲା ତରଫରୁ ସର୍ବେକ୍ଷଣ କରାଯାଇଥିଲା। ଘର କାନ୍ଥରେ ଲେଖାଥିବା ନମ୍ୱରକୁ ଆନ୍ଧ୍ରପ୍ରଦେଶର ସରକାରୀ କର୍ମଚାରୀମାନେ ଲିଭାଇ ସେମାନଙ୍କ ନମ୍ୱର ସବୁ ଲେଖିଥିଲେ। ଆଗରୁ ମାଣିକପାଟଣାରେ ଆନ୍ଧ୍ରପ୍ରଦେଶ ତରଫରୁ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଛି। ନିକଟରେ ଉପ ଜିଲ୍ଲାପାଳ ଅନୁପ ପଣ୍ଡା ଗ୍ରାମବାସୀଙ୍କ ସହ ଆଲୋଚନା କରି ପୂନର୍ବାର ଆନ୍ଧ୍ରପ୍ରଦେଶର ନମ୍ୱର ନିଜ କର୍ମଚାରୀ ମାନଙ୍କ ସହାୟତାରେ ଲିଭାଇ ଥିଲେ। ଏହି ସବୁ ଦ୍ଵନ୍ଦ ଦୂର କରି ଗଜପତି ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାପାଇଁ ଗଙ୍ଗାବାଡ ସରପଞ୍ଚ ହରି ବନ୍ଧୁ କାର୍ଯୀ କହିଛନ୍ତି।ସେମାନେ ଆନ୍ଧ୍ରପ୍ରଦେଶର କର୍ମଚାରିଙ୍କ ଭୟରେ ରହିଛନ୍ତି। ଏହାର ନିର୍ଯାସ କିପରି ବାହାରିବ ସମୟ ହିଁ କହିବ। ଅନ୍ୟମାନଙ୍କ ମଧ୍ଯରେ ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖା ସଭାପତି ଭାରତ ଭୂଷଣ ମହାନ୍ତି , ବିନୋଦ ଚନ୍ଦ୍ର ଜେନା , ପ୍ରମୋଦ ଚନ୍ଦ୍ର ପାଢୀ ଓ ତ୍ରିପତି ପ୍ରସାଦ ପଣ୍ଡା ଏହି ଦଳରେ ଯାଇଥଲେ।
ଉତ୍କଳ ସମ୍ମିଳନୀ ଗଜପତି ଶାଖା ସଦସ୍ୟ ଗଙ୍ଗାବାଡ ବୁଲି ସମୀକ୍ଷା କଲେ !!!

