ମାଥିଲି ଥାନା ସମ୍ମୁଖରେ ଭୟଙ୍କର ସଡ଼କ ଦୁର୍ଘଟଣା, ବାପା-ପୁଅ ମୃତ : ୪ ଗୁରୁତର ଙ୍କୁ କୋରାପୁଟ ସ୍ଥାନାନ୍ତର !!!

Spread the love

ମାଲକାନଗିରି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମାଥିଲି ଥାନା ସମ୍ମୁଖରେ ଭୟଙ୍କର ସଡ଼କ ଦୁର୍ଘଟଣା, ବାପା-ପୁଅ ମୃତ ! ୪ ଗୁରୁତର ଙ୍କୁ କୋରାପୁଟ ସ୍ଥାନାନ୍ତର ! ମାଲକାନଗିରି ଜିଲ୍ଲାର ମାଥିଲି ଥାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଦେଖାଯାଇଛି । ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲ କଲେଜ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ମାଲକାନଗିରି ରୁ ଏକ ନିର୍ବନ୍ଧ କାର୍ଯ୍ୟ ସାରି କୋରାପୁଟ ଫେରୁଥିବା ଡିଜାୟାର ଗାଡ଼ି ମାଥିଲି ଥାନା ସମ୍ମୁଖ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଗୋରୁ ବୋଝେଇ ଟ୍ରକ ସହ ଜୋରଦାର ଧକ୍କା ଦେଇଥିଲା । ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଡିଜାୟାର ଗାଡ଼ିର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ପରେ ମାଥିଲି ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ୧୧ ମାସର ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି , ପ୍ରାଥମିକ ଭାବେ ଡିଯାୟର ଗାଡ଼ିଟି ଦ୍ରୁତ ଗତି ଯୋଗୁଁ ନିୟନ୍ତ୍ରଣ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *