ଟ୍ରାକ୍ଟର ଓଲଟି ଅଘଟଣ : ଚାଲିଗଲା ଡ୍ରାଇଭର ଙ୍କ ଜୀବନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଅଂଚଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟି ଶୋକର ଛାୟା ଖେଳିଯାଇଛି | ଘଟଣାରୁ ଜଣାପଡିଛି ଯେ,ତାଳବସ୍ତ ଖୋର୍ଦ୍ଧା ରାସ୍ତାର ଏକ ପୋଖରୀ ପାଖରେ ଦୁର୍ଘଟଣାଗ୍ରସ୍ତ ମହିନ୍ଦ୍ରା ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ବିଲ ମଝିକୁ ଓଲଟି ପଡିଥିଲା, ଯାହା ଫଳରେ ତାହାକୁ ଚଳାଉଥିବା ତାଳବସ୍ତ, ପୁଟସାହିର ସିତୁନ ବେହେରା (ବୟସ -17) ଘଟଣାସ୍ଥଳରେ ହିଁ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ | ଏଠାରେ ସୂଚନା ଯୋଗ୍ୟ ଯେ ଘରର ଏକମାତ୍ର ଗୋଟିଏ ପୁଅ ଥିବା ସିତୁନ ବେହେରା ପୂର୍ବରୁ ହେଲଫର ଭାବେ ରାଜମିସ୍ତ୍ରୀ କାର୍ଯ୍ୟ କରୁଥିଲେ କିନ୍ତୁ ଗୋଟେ ମାସ ତଳେ ତାଙ୍କ ବାପା ଜଳନ୍ଧର ବେହେରାଙ୍କ ମୃତ୍ୟୁପରେ ମଠସାହି ନିବାସୀ ମାନ ମହାରଣାଙ୍କ ମହିନ୍ଦ୍ରା ଟ୍ରାକ୍ଟରରେ ଡ୍ରାଇଭର ଭାବେ କାମ କରୁଥିଲେ | | ଓଲଟି ଥିବା ଟ୍ରାକ୍ଟରର ଇଂଜିନରେ ଗାଡି ନମ୍ୱର ନାହିଁ |ଡାଲାରେ ଥିବା ନମ୍ବର ଟି ଅନ୍ୟଏକ ଗାଡିର ବୋଲି ଜଣାପଡିଛି | ସିତୁନ ବେହେରାଙ୍କ ପରି ପରିପକ୍ୱ ବୟସ ହୋଇ ନ ଥିବା ନାବାଳକ ମନେ ଅଧାରୁ ପାଠ ଛାଡି ସ୍ଥାନିୟ ଅରପୁର, ଦୁଲଣାପୁର, ପଦନପୁର, ତାଳବସ୍ତ ଅଂଚଳର ଟ୍ରାକ୍ଟର ଗୁଡିକ ନିର୍ଭୟରେ ଖୁଲୁମଖୁଲା ଚଳାଉଛନ୍ତି | ତାଳବସ୍ତ ଫାଣ୍ଡି ଏ ଦିଗରେ ସମ୍ପୂର୍ଣ ନୀରବଦ୍ରଷ୍ଟା ବନିଛନ୍ତି | ନାବାଳକ ଡ୍ରାଇଭର ସିତୁନଙ୍କ ମୃତ୍ୟୁପରେ ତାଙ୍କ ଦାଦା ଖୁଡି ତଥା ପରିବାର ବର୍ଗ କ୍ଷତି ପୂରଣ ପାଇଁ ବ୍ଲକ ପ୍ରଶାସନ ପାଖରେ ଦାବି କରିଛନ୍ତି | ପରିବାରର ଏକମାତ୍ର ପୁଅ ହୋଇଥିବାରୁ ତାଙ୍କ ବୋଉଙ୍କର କିଏ ସାହା ଭରସା ହେବ ତାହା ସମସ୍ତଙ୍କ ପାଖରେ ଚିନ୍ତାର ବିଷୟ ବସ୍ତୁ ପାଲଟିଛି | ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟରଟିକୁ ତାଳବସ୍ତ ଫାଣ୍ଡି ତରଫରୁ ଜେସିବି ଦ୍ଵାରା ବିଲ ମଧ୍ୟରୁ ହଟାଯାଇଅଛି | ଖବର ଲେଖା ହେବା ବେଳକୁ ବାଙ୍କୀ ଥାନା ଅଧିକାରୀ ଦିଲ୍ଲୀପ କୁମାର ଭୂୟାଁ ଘଟଣା ସ୍ଥଳ ଏବଂ ମେଡିକାଲରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁର୍ଘଟଣାର ଅଧିକ ଅନୁସନ୍ଧାନ କରୁଛନ୍ତି | ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ସିତୁନଙ୍କ ମର ଶରୀରକୁ ପୋଷ୍ଟମଟମ କରିବାକୁ ଦିଆଯାଇଛି | ଜବତ ଗାଡିର କାଗଜପତ୍ର ଯାଞ୍ଚ ସହିତ ପୋଷ୍ଟମଟମ ରିପୋର୍ଟ ଆସିଲେ,ସେହି ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଳବସ୍ତ ଫାଣ୍ଡି ଅଧିକାରୀ କହିଛନ୍ତି |

Leave a Reply

Your email address will not be published. Required fields are marked *