କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ରେ ପେନସନ ଅଦାଲତ ଅନୁଷ୍ଠିତ l ଆଜି ସ୍ଥାନୀୟ ସଦଭାବନା ଗୃହ ଠାରେ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି , ସାଧାରଣ ପ୍ରଶାସନ ବିଭାଗ ର ବରିଷ୍ଠ ପଦାଧିକାରୀ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ରହି କୋରାପୁଟ , ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ସରକାରୀ ବିଭାଗ ରେ କାଯ୍ୟ କରି ଅବସରପ୍ରାପ୍ତ ହୋଇଥିବା କର୍ମଚାରୀ ଙ୍କ ପେନସନ କୁ ନେଇ ଅଭାବ ଅସୁବିଧା ଗୁଡିକ ବୁଝିବା ସହ ଯାହାବି ବକେୟା କାମ ସେଗୁଡିକୁ ଯଥାସ୍ରିଘ୍ର ସଂପନ୍ନ କରିବାକୁ ସମସ୍ତ ବିଭାଗ କୁ ନିର୍ଦେଶ ଦେଇଥିଲେ ! ଏଥିରେ ଶିକ୍ଷା ବିଭାଗ ଠୁ ଆରମ୍ଭ କରି ସ୍ବlସ୍ଥ୍ୟ ବିଭାଗ ଯାଏଁ ସମସ୍ତ ବିଭାଗ ର ଅଧିକାରୀ ଉପସ୍ଥିତ ଥିବା ବେଳେ କୋରାପୁଟ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ l କୋରାପୁଟ , ମାଲକାନଗିରି , ନବରଙ୍ଗପୁର ତିନୋଟି ଜିଲ୍ଲା ର ସମୁଦାୟ 692 କେସ ଆଜି ପଞ୍ଜିକରଣ ହୋଇ ଶୁଣାଣୀ ହୋଇଥିବା ଜଣାପଡିଛି , ଓ 19 ଜଣ ଙ୍କୁ ତତକ୍ଷଣାତ ପେନସନ ପ୍ରଦାନ କରାଯାଇଥିଲା l ସାଧାରଣ ପ୍ରଶାସନ ବିଭାଗ ର ନିର୍ଦେଶକ ସୁକାନ୍ତ କୁମାର ବେହେରା ଓ ତାଙ୍କ ସାଥି ଏଥିରେ ଯୋଗଦେଇ ଜନ ଶୁଣାଣୀ କରିଥିଲେ l ଉପାନ୍ତ ଅଞ୍ଚଳ ର ପେନସନ ଭୋଗୀ ମାନେ ଏହାଦ୍ୱାରା ଉପକୃତ ହେବେ ବୋଲି ସାଧାରଣ ଓ ପ୍ରଶାସନ ବିଭାଗ ର ପଦାଧିକାରୀ ମାନେ କହିଛନ୍ତି l
କୋରାପୁଟ ରେ ପେନସନ ଅଦାଲତ ଅନୁଷ୍ଠିତ !!!

