ପାରାଦ୍ଵୀପ ପୌର ପରିଷଦ ଅଧ୍ୟକ୍ଷ ଙ୍କ ଘର ଉପରକୁ ବୋମା ମାଡ଼ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଙ୍କ ଘରକୁ କେହି ଦୃର୍ବୁତ୍ତ କିରୋସିନ ଭରା ନିଆଁ ଲଗା ବୋତଲ ବୋମା ଫିଙ୍ଗିଥିବା ଦେଖିବାକୁ ମିଳିଛି l ଖବର ନେବାରେ ଜଣା ଯାଉଛି ଯେ ଗୋଟିଏ ସ୍କୁଟିରେ ତିନିଜଣ ଯୁବକ ସନ୍ଧ୍ୟା ସାଢେ ଛ ଟା ରୁ ସାତଟା ସମୟର ପୌର ପରିଷଦ ଅଧ୍ୟକ୍ଷ ଙ୍କ ବାସଭବନ ଉପରକୁ କିରୋସିନ ଭରା ନିଆଁ ଲଗା ବୋତଲ ବୋମା ମାଡ କରିଥିବା ବେଳେ ବୋତଲ ଟି ଘର କାନ୍ଥରେ ବାଜି ତଳେ ପଡ଼ି ନିଆଁ ଜଳିଥିଲା ! ବୋତଲ ଭାଙ୍ଗି ଚାରିଆଡ଼େ ବିଛୁଡ଼ି ହୋଇ ପଡିଥିବା ବେଳେ କିଛି ସମୟ ପରେ ନିଆଁ ଲିଭି ଯାଇଥିଲା l ଏଥିରେ କାହାରି କୌଣସି କ୍ଷତି ହୋଇ ନଥିବା ବେଳେ ପାରାଦୀପ ଆଦର୍ଶ ଥାନା ଅଧିକାରୀ ବବିତା ଦେଉରୀ ପହଞ୍ଚି ଯାଞ୍ଚ କରୁଥିବା ଦେଖିବାକୁ ମିଳୁଛି l ଘଟଣା ସମ୍ପର୍କରେ ଖବର ପାଇ ବିଜୁ ଜନତା ଦଳର ବହୁ ସକ୍ରିୟ କର୍ମୀ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ବାଳ ଙ୍କ ଘର ପାଖରେ ପହଞ୍ଚିଥିଲେ l

Leave a Reply

Your email address will not be published. Required fields are marked *