ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ୱର ପଟ୍ଟନାୟକ : ତାଳଚେର ରେ “ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ଫେଡେରେସନ” ପକ୍ଷରୁ ଏକ ଦିବସୀୟ କର୍ମଶାଳା ଆୟୋଜିତ ! “ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ଫେଡେରେସନ ପକ୍ଷରୁ ଆୟୋଜିତ ଏହି କର୍ମଶାଳା କୁ ବିଶିଷ୍ଟ ସମାଜସେବୀ ଜୀବନାନନ୍ଦ ଥର୍ବ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ ! ଏହି କର୍ମଶାଳାରେ ଫେଡେରେସନ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିର୍ଲ କୃଷ୍ଣ ଥର୍ବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ବ ତାପମାତ୍ରା ବୃଦ୍ଧି, ଜଙ୍ଗଲ ନଷ୍ଟ ଏବଂ ପରିବେଶ ଉପରେ ଏହାର କୁପ୍ରଭାବ ସମ୍ପର୍କରେ ନିଜ ଅଭିଭାଷଣ ରଖିଥିଲେ ! ଏହା ସହ ଫେଡେରେସନ୍ ର ସେକ୍ରେଟାରୀ ଜେନେରାଲ୍ ଜି.ସନ୍ଥରାମଙ୍କର ବାର୍ତାକୁ ଶ୍ରୀ ଥମ୍ବ ପଢ଼ି ସାମ୍ବାଦିକମାନଙ୍କୁ ଶୁଣାଇଥିଲେ । ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସଚିବ ମନୋଜ ଶର୍ମା ଯୋଗଦେଇ ଜଳବାୟୁ ପରିବର୍ତନରେ ଗଣମାଧ୍ୟମ ଓ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିବା ସହ ଗଣମାଧ୍ୟମ ଜଟିଳ ଜଳବାୟୁ ବିଜ୍ଞାନ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରାଥମିକ ସେତୁ ଭାବରେ କାର୍ଯ୍ୟ କରି ଜନସାଧାରଣଙ୍କ ଧାରଣା ଏବଂ ନୀତିକୁ ଆକାର ଦିଏ ଏବଂ ଏହାର ପ୍ରଭାବ ପରିବେଶ ଗତ ପ୍ରଭାବ ବିଷୟରେ ଦର୍ଶକଙ୍କୁ ସୂଚନା ଦେବା, ବୈଜ୍ଞାନିକ ସହମତି ସ୍ଥାପନ କରିବା, ରାଜନୈତିକ ଏବଂ କର୍ପୋରେଟ୍ ନେତାମାନଙ୍କୁ କାର୍ଯ୍ୟ କରିବା ପାଇଁ ଗଣମାଧ୍ୟମରେ ପ୍ରଚାର କରିବା ହିଁ ତାର ମୁଖ୍ୟ ଦାୟୀତ୍ୱ ବୋଲି କହିଥିଲେ । ଫେଡେରେସନ୍ ର ଓଡିଶା ଶାଖା ସଭାପତି ଡ. ଜମ୍ବେଶ୍ୱର ପଟ୍ଟନାୟକ ବିଶେଷ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ବିଶ୍ୱ ଉଷ୍ମତାର ରକ୍ଷା ପାଇବାକୁ ହେଲେ ଆମକୁ ଏ କ୍ଷେତ୍ରରେ ମିଳିମିଶି ଗଛ ଲଗାଇବାକୁ ପଡିବ, ଯାହାକି ପରିବେଶର ସନ୍ତୁଳନତାକୁ ବଜାୟ ରଖି ପାରିବ ବୋଲି କହିଥିଲେ । ଏହି ଅବସରରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରୀୟ ସଚିବ ଡ. ଜିତେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଇଣ୍ଡିଆନ୍ ଜର୍ଣ୍ଣାଲିଷ୍ଟ ଫେଡେରେସନ୍ ଜାତୀୟ ସଚିବ ବସନ୍ତ ଭଗତ, ଓଡିଶା ପ୍ରଭାରୀ ପ୍ରମିଳା ରାଉତ, ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ସାହୁ ଏବଂ ଓଡିଶା, ଛତିଶଗଡ, ନାଗପୁର, ମହାରାଷ୍ଟ୍ରରୁ ୫୦ ଜଣ ସାମ୍ବାଦିକ ପ୍ରତିନିଧି ଯୋଗଦେଇଥିଲେ ।
ତାଳଚେର ରେ “ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ଫେଡେରେସନ ” ପକ୍ଷରୁ ଏକ ଦିବସୀୟ କର୍ମଶାଳା !!!

