ବିଶ୍ୱ ପରିବେଶ ଦିବସ ପାଳିତ : ପ୍ରତି ପରିବାରରୁ ଆରମ୍ବ ହେଉ ବୃକ୍ଷରୋପଣ କାର୍ଯ୍ୟକ୍ରମ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି | ତାଳବସ୍ତର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀରାମ କମିଟି ଆନୁକୂଲ୍ୟରେ ରଘୁନାଥ ମନ୍ଦିର, ମହାଜନ ଘର ପୋଖରୀ ଏବଂ ତାଳବସ୍ତ ହଳଦିଆ ରାସ୍ତା ପାର୍ଶ୍ଵରେ ବୃକ୍ଷରୋପଣ କାର୍ଯ୍ୟକ୍ରମ , ସଂଗଠନର ସଭାପତି ବିଶ୍ୱରଂଜନ ସ୍ବାଇଁଙ୍କ ନେତୃତ୍ୱରେ କରାଯାଇଥିଲା | ସେହିପରି ଅରପୁର, ଦୁଲଣାପୁର ଗ୍ରାମର ସମସ୍ତ ମନ୍ଦିର ପରିସରରେ ପ୍ରତୀକ୍ଷା ଯୁବ କ୍ଲବ ଆନୁକୂଲ୍ୟରେ ଔଷଧୀୟ ଗଛମାନ ଲଗା ଯାଇଥିଲା | ଉପସ୍ଥିତ ସଭ୍ୟ ସଭ୍ୟା ତଥା ପ୍ରକୃତିପ୍ରେମୀଙ୍କୁ ପରିବେଶ ସୁରକ୍ଷା ଉପରେ ଶପଥ ପାଠ କରାଇଥିଲେ ଅଧ୍ୟାପିକା ମମତା ଜେନା | ବାଙ୍କୀ ଉପଖଣ୍ଡ ଚକାପଦାସ୍ଥ ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ତରଫରୁ ଯୁବବନ୍ଧୁ ଭବନ ପରିସରରେ ଆବାହକ ଅକ୍ଷୟ କୁମାର ସାମଲଙ୍କ ସୌଜନ୍ୟରେ ପରିବେଶ ସଚେତନତା ଉପରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏଥିରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପଣ୍ଡିତ ମନୋଜ ରାଉତ, ନାରୀନେତ୍ରୀ ସବିତା ମଲ୍ଲିକ ଏବଂ ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ ଯୋଗ ଦେଇଥିଲେ | ଅନୁଷ୍ଠାନ ତରଫରୁ ସମସ୍ତ ପଥଚାରୀଙ୍କୁ ବୃକ୍ଷଚାରା ବଣ୍ଟନ କରାଯାଇଥିଲା | ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *