ବାଙ୍କୀ ଏନଏସି ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଏନଏସି ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ! ଏନ ଏ ସି ର ନଗରପାଳ ମାଣିକ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଉପଖଣ୍ଡ ଚିକିତ୍ସାଳୟର ଅଧିକାରୀ ଉପସ୍ଥିତ ଥିଲେ ! ବିଶିଷ୍ଟ ଅତିଥି ଭାବେ ବାଙ୍କୀ ର ବର୍ଷିଆନ ନେତା ତଥା ସମାଜସେବୀ ଶ୍ୟାମ ସୁନ୍ଦର ସାହୁ ଉପସ୍ଥିତ ରହି ସରକାର ଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବାଙ୍କୀ ଏନ୍ ଏ ସି ପକ୍ଷରୁ ଏକ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ଏବଂ ଆଗକୁ ହେବାକୁ ଥିବା କାର୍ଯ୍ୟର ବିବରଣୀ କୁ ଅନେକ ପ୍ରଶଂସା କରିଥିଲେ । ତେବେ ଆଗକୁ ବାକି ଥିବା କାର୍ଯ୍ୟ କୁ ଆଗେଇ ନେଇ ବାଙ୍କୀ ବାସିଙ୍କ ଉଦ୍ଦେଶ୍ୟ ରେ ଲୋକାର୍ପିତ କରିବାର ଲକ୍ଷ୍ୟ ରଖିଥିବା କଥା ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ପ୍ରକାଶ କରିଛନ୍ତି । ଏହା ସହିତ ବାଙ୍କୀ ର ବହୁ ବୁଦ୍ଧିଜୀବୀ, ସମାଜସେବୀ, ବ୍ୟବସାୟୀ ଏବଂ ବିଭିନ୍ନ ସଂଗଠନ ର ବ୍ୟକ୍ତି ବିଶେଷ ନିଜ ନିଜର ମତାମତ ଦେବା ସହିତ ଅନେକ ମୌଳିକ ସମସ୍ୟାର ସମାଧାନ ପାଇଁ ପରିଷଦ କୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମ କୁ ଉପାଧ୍ୟକ୍ଷ ସନ୍ତୋଷ କୁମାର ରଣା ପରିଚାଳନା କରିବା ଥିବା ବେଳେ ସାଂସଦ ଙ୍କ ପ୍ରତିନିଧି ସରୋଜ କୁମାର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *