କୋରାପୁଟ 180 ବିଏସ ଅଫ ବାଟାଲିୟନ ରେ ରକ୍ତଦାନ ଶିବିର ଅନୁଷ୍ଠିତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ 180 ବିଏସ ଅଫ ବାଟାଲିୟନ ରେ ରକ୍ତଦାନ ଶିବିର ଅନୁଷ୍ଠିତ l କୋରାପୁଟ ସ୍ଥିତ 180 , ବିଏସଫ ବାଟାଲିୟନ ରେ ବିଏସଫ ବାଟାଲିୟନ ଓ ରାଜ୍ୟ ଏଡ଼ସ ବିଭାଗ ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ଆୟୋଜିତ ଶିବିରରେ ବାଟାଲିୟନ ର କମାଣ୍ଡେଣ୍ଡ ନୋରମ ଗୋପୀନାଥ ସିଂହ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେକ ଓ ହସ୍ପିଟାଲ ର ରକ୍ତ ଭଣ୍ଡାର ର ମୁଖ୍ୟ ଡ଼. ବଳିଆରସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏଥିରେ 92 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ବାଟାଲିୟନ ର ପରିବାର ର ସଦସ୍ୟ ଏପରିକି ମହିଳା ମାନେ ବି ସ୍ୱଇଛl ରେ ରକ୍ତଦାନ କରିଥିବାର ଦେଖା ଯାଇଥିଲା l ବାଟାଲିୟନ ର ଏହିପରି କାଯ୍ୟକ୍ରମ କୁ ସାଧାରଣ ରେ ଉଚ୍ଚ ପ୍ରଶଂସା କରାଯାଇଛି ! ମେଡିକାଲ କଲେକ ଓ ହସ୍ପିଟାଲର ରକ୍ତ ଭଣ୍ଡାର ର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିବା ବେଳେ , ବାଟାଲିୟନ ର ସୂଚନା ଓ ଲୋକ ସଂପର୍କ ଅଧିକାରୀ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସୂଚନା ଯୋଗ୍ୟ ଚଳିତ ବର୍ଷ ବାଟାଲିୟନ ତାର ସିଲଭର ଜୁବୁଲି ପାଳନ କରୁଛି l

Leave a Reply

Your email address will not be published. Required fields are marked *