ବିଶ୍ୱାଳି ଗ୍ରାମରେ ସିଆରପି ସବିତା ସେଠୀଙ୍କୁ ବହିସ୍କାର !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଦୀର୍ଘ ଚଉଦ ବର୍ଷ ହେବ ଜଣେ ସିଆରପି ଚଞ୍ଚକତା କରି ଯୋଗ ଦେଇଥିବା କଥା , ଆରଟିଆଇ ତଥ୍ୟ ରୁ ସାମନାକୁ ଆସିଥିଲା ! ଗ୍ରାମର ମହିଳା ମାନେ ଆଇଟିଆଇ ରେ ତଥ୍ୟ ମାଗିବା ପରେ ଜାଣିବାକୁ ପାଇଲେ ଯେ , ସମ୍ପୃକ୍ତ ମହିଳା ଚଂଚକତା କରି ସିଆରପି ପଦ ହାତେଇଛନ୍ତି ! ସେନେଇ ଅଞ୍ଚଳ ର ମହାସଂଘ ରେ ନିଜ ନିଜ ମଧ୍ୟରେ ଆଲୋଚନା କରି ତାଙ୍କୁ ତଥ୍ୟ ମାଗିବା ରୁ ସେ ଧରାଛୁଆଁ ଦେଇ ନଥିଲେ ! ପରେ ମହିଳା ମାନେ ମହାସଂଘ ସହ ଆଲୋଚନା କରି ସବିତା ସେଠୀ ଙ୍କୁ ବହିସ୍କାର କରି ସମସ୍ତ ସରକାରୀ ଅଫିସ କୁ ଚିଠି ମାଧ୍ୟମରେ ଏହା ଜଣାଇଛନ୍ତି ! ଆଗକୁ ଏପରି ଭୁଲ କୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି ବିଶ୍ୱାଳୀ ଗ୍ରାମ ର ମହିଳା l

Leave a Reply

Your email address will not be published. Required fields are marked *