ପାରଳାଖେମୁଣ୍ଡି ରେ ପହିଲି ରଜ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହରରେ ଅତି ଆଡମ୍ବରରେ ପହିଲି ରଜ ପର୍ବ ପାଳିତ ହୋଇଯାଇଛି । ଝିଅ, ବୋହୁ ଓ ମହିଳା ମାନେ ସଜବାଜ ହୋଇ ମେହେନ୍ଦୀ, ଅଳତା, ମୁଣ୍ଡରେ ଗଜରା ଲଗାଇ ଦୋଳି ଖେଳି ଗୀତନାଚ କରି ବେଶ ଧୁମଧାମରେ ରଜ ପର୍ବକୁ ଅତି ଉଲ୍ଲାସର ସହିତ ପାଳନ କରିଛନ୍ତି । ପିଠାପଣା ଖାଇ ତିନି ଦିନ ଧରି ଏହି ପର୍ବ ବେଶ ଧୁମଧାମରେ ପାଳନ କରିବେ ଓ ଶେଷ ଦିନ ବସୁମତୀ ସ୍ନାନ କରି ରଜ ପର୍ବ ଶେଷ କରିବେ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *