ଶିଶୁ ଶ୍ରମିକ ନିରାକରଣ ଉପଲକ୍ଷେ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ଉପଲକ୍ଷେ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଲେକ୍ଟରେଟ, ନୟାଗଡ଼ ଠାରୁ “ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ” କୁ ଶୁଭାରମ୍ଭ କରାଯାଇଥିଲା । ଏହି ସଚେତନତା ରଥକୁ ଉପ-ଜିଲ୍ଲାପାଳ, ନୟାଗଡ଼ ମହୋଦୟଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ,ନୟାଗଡ଼, ସହକାରୀ ଶ୍ରମ ଅଧିକାରୀ ମାନେ, ଶ୍ରମ ବିଭାଗର କର୍ମଚାରୀ ବୃନ୍ଦ, ଶିଶୁ କଲ୍ୟାଣ କମିଟି ର ଅଧ୍ୟକ୍ଷ ଏବଂ କର୍ମଚାରୀ ବୃନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କର୍ମଚାରୀ ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସେବା ସଂସ୍ଥାର କର୍ମଚାରୀ , ଗଣିଆ ଉନ୍ନୟନ କମିଟିର କର୍ମଚାରୀ , ବିଭିନ୍ନ ସିଭିଲ ସୋସାଇଟି ସଂଗଠନ , ଶ୍ରମିକ ସଂଘର ସଦସ୍ୟ ଏବଂ ନିର୍ମାଣ ଶ୍ରମିକମାନେ ମଧ୍ୟ ରାଲିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଏହି ରାଲିଟି କଲେକ୍ଟରେଟ କାର୍ଯ୍ୟାଳୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ନୟାଗଡ଼ ପର୍ଯ୍ୟନ୍ତ ଯାଇ ପୁନର୍ବାର କଲେକ୍ଟରେଟକୁ ଫେରିଥିଲା । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଥିଲା ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ନିରାକରଣ ପାଇଁ ସଚେତନତା ସୃଷ୍ଟି କରିବା ଏବଂ ସମସ୍ତଙ୍କ ମଧ୍ୟରେ ଏହା ପ୍ରତି ଦୃଢ଼ ସଙ୍କଳ୍ପ ସୃଷ୍ଟି କରିବା ।

Leave a Reply

Your email address will not be published. Required fields are marked *