କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ବିଏସଏଫ ବାଟାଲିୟନ ରେ ଅନ୍ତର୍ଜାତୀକ ଯୋଗ ଦିବସ ପାଳିତ l ଆଜି ସାରା ବିଶ୍ୱ ପାଳନ କରୁଛି ଅlନ୍ତର୍ଜାତୀୟ ଯୋଗ ଦିବସ , ଆଉ କୋରାପୁଟ ସ୍ଥିତ ସୀମା ସୁରକ୍ଷା ବାହିନୀ ବି ନିଜର ବାଟାଲିୟନ ରେ ଏହି ଯୋଗଦିବସ ପାଳନ କରିଛି l ବାଟାଲିୟନ ର ଯବାନ ଠୁ ଧରି କମାଣ୍ଡେଣ୍ଡ ଯାଏଁ ସମସ୍ତେ ଏଥିରେ ସାମିଲ ହୋଇଥିଲା ବେଳେ ଏହି ଦିବସ ର ତାତ୍ପର୍ଯ୍ୟ ଉପରେ ଯୋଗ ଉପରେ ପ୍ରଶିକ୍ଷଣ ଦେଇଥିବା ଯୋଗ ପ୍ରଶିକ୍ଷିକ ମାନେ ସୂଚନା ଦେଇଥିଲେ l ପ୍ରାଣାୟାମ , ବକ୍ରlସନ , ତlଡା ଆସନ ବୃକ୍ଷlସନ , ସବାସନ ଭଳି ବିଭିନ୍ନ ଆସନ ପ୍ରଭୃତି ଯୋଗlସନ କରାଯାଇଥିଲା ! ଏ ସମସ୍ତ କାଯ୍ୟକ୍ରମ ବାଟାଲିୟନ ର ସୂଚନା ଓ ଲୋକସଂପର୍କ ଅଧିକାରୀ ସଞ୍ଚlଳନ କରିଥିଲେ l
କୋରାପୁଟ ବିଏସଏଫ ବାଟାଲିୟନ ରେ ଅନ୍ତର୍ଜାତୀକ ଯୋଗ ଦିବସ ପାଳିତ !!!

