ତାଳବସ୍ତ ଗାଁ ଦାଣ୍ଡରେ ମୟୁର ସାଜିଛି ଆକର୍ଷଣ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଜିର ସ୍ୱାର୍ଥପର ସମାଜରେ ଭଲପାଇବା ଏବଂ ଶ୍ରଦ୍ଧା ଟିକେ ମିଳିବା ସାତ ସପନ ପାଲଟିଗଲାଣି | ଲୋକଙ୍କ ଭିତରେ ପଶୁପକ୍ଷୀଙ୍କୁ ଆଦର କରିବା ଯତ୍ନ କରିବା ବି ଧୀରେ ଧୀରେ କମି ଯାଉଛି | ଡମପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଜାତୀୟ ପକ୍ଷୀ ମୟୁରକୁ ନେଇ ଏକ ନିଆରା ଭଲ ପାଇବାର ଦୃଶ୍ୟ କିଛି ବର୍ଷ ହେବ ଦେଖିବାକୁ ମିଳୁଛି | ଡମପଡା ବ୍ଲକକୁ ଲାଗି ଚନ୍ଦକା ହାତୀ ଅଭୟାରଣ୍ୟ ରହିଛି | ବହୁ ସମୟ ଜଙ୍ଗଲୀ ହାତୀ ଗାଁ ଭିତରକୁ ପ୍ରବେଶ କରି ଲୋକଙ୍କ ଭିତରେ ଭୟ ସୃଷ୍ଟି କରିଥାନ୍ତି | କିନ୍ତୁ ହାତୀ ଏବଂ ମଣିଷ ଭିତରେ ସେପରି କିଛି ଅପ୍ରିତିକର ପରିସ୍ଥିତି ଆଜି ପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ | କୁସୁନ୍ଦା, ଦୁଲଣାପୁର, ଅରପୁର, ପାଥପୁର, ତାଳବସ୍ତ ଗାଁ ଦାଣ୍ଡ ମାନଙ୍କରେ ନିର୍ଭୟରେ ବହୁତ ଗୁଡିଏ ମୟୁର ବିଚରଣ କରୁଛନ୍ତି | ଲୋକମାନେ ବି ସେମାନଙ୍କ ଭଲ ପାଇବାରେ ବାନ୍ଧି ହୋଇ କୌଣସି ପ୍ରକାର କ୍ଷତି କରନ୍ତି ନାହିଁ ବୋଲି, ତାଳବସ୍ତ ଜଙ୍ଗଲ ବିଭାଗର ବନପାଳ ବିକାଶ କୁମାର ପଲେଇ କୁହନ୍ତି | ତାଳବସ୍ତ ଗ୍ରାମରେ ମୟୁର ମାନଙ୍କର ଲୋକଙ୍କ ସହିତ ଅବାଧରେ ମିଳାମିଶାକୁ ସ୍ଥାନୀୟ ପ୍ରକୃତିପ୍ରେମୀ ମାନେ ବହୁ ପ୍ରଶଂସା କରୁଛନ୍ତି |

Leave a Reply

Your email address will not be published. Required fields are marked *