ଗୋଟିଏ ମିନିଟରେ 96 ହଜାର ଚଳୁ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ସକ୍ରିୟ ହୋଇ ଉଠିଛନ୍ତି ସାଇବର ଲୁଟେରା ! ସ୍ମାର୍ଟ ଫୋନ ରେ ଅଜଣା ଆପ ରେ କ୍ଲିକ କରୁ କରୁ ଗୋଟିଏ ମିନିଟ ରେ ଜମା ଖାତାରେ ଝାଡୁ ବୁଲାଇ ଦେଉଛନ୍ତି ! ଏପରି ଠକେଇ ର ଶୀକାର ହୋଇଛନ୍ତି ରାଜଧାନୀ ଭରତପୁର ଅଂଚଳର ଯୁବକ ସୋମନାଥ ବେହେରା ! ପ୍ରଥମେ ତାଙ୍କ ଜମା ଖାତାରୁ 95 ହଜାର କଟି ଗୋଟିଏ ମିନିଟ ପରେ ତାହା ଖାତାକୁ ଫେରି ଆସିଥିଲା ! ପରେ ତାଙ୍କ ଗୁଗୁଲ ପେ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ କୁ ଏକ ହଜାର ଟଙ୍କା ଜମା ଆସିଥିଲା , କିନ୍ତୁ ପରବର୍ତ୍ତୀ ସମୟରେ ଖାତା ରୁ 96 ହଜାର ଟଙ୍କା କଟି ଯାଇଥିବାର ମେସେଜ ଆସିଥିଲା ! ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟାଙ୍କ ରେ ଜଣାଇବା ପରେ ତାହା ଉତ୍ତରପ୍ରଦେଶ ର ଏକ କମ୍ପାନୀ ଆକାଉଣ୍ଟ କୁ ଟଙ୍କା ଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ ହେଁ , ତାହାକୁ ଆଉ ରିଫଣ୍ଡ ଆଣି ପାରି ନଥିଲେ !

Leave a Reply

Your email address will not be published. Required fields are marked *