ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରାୟ ମାସେ ହେବ ଅଙ୍ଗନବାଡି କେନ୍ଦ୍ରରେ ଡବଲ ତାଲା ପଡିଛି , ଆଦିବାସୀ ଜନଜାତି ପିଲା ପାଠ ପଢା ଏବଂ ଖାଦ୍ୟରୁ ବଞ୍ଚିତ ! ଛୋଟ ଛୋଟ ପିଲାମାନଙ୍କୁ ତଥା ତିନି ବର୍ଷରୁ ଛଅ ବର୍ଷ ଶିଶୁକଳିକା ମାନଙ୍କୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହାଭାଗିତା ଭିତରେ ମାଗଣାରେ ଅଙ୍ଗନବାଡି ଦ୍ଵାରା ପିନ୍ଧିବାକୁ ପୋଷାକଏବଂ ପୁଷ୍ଟିସାର ଖାଦ୍ୟ ଖାଇବା ଏବଂ ମାଗଣାରେ ପଢ଼ାଇବା ଦେଉଛନ୍ତି | କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଡମପଡା ବ୍ଲକର ଦୁଲଣାପୁର ଗ୍ରାମ ପଂଚାୟତର 12 ନମ୍ବର ୱାର୍ଡରେ ଥିବା ଦୁଇଟି ଅଙ୍ଗନବାଡି କେନ୍ଦ୍ର ଇନ୍ଦିରାଆବାସ ଏବଂ ହାମିରା ବାରବାଟୀ କେନ୍ଦ୍ରରେ | ଅଙ୍ଗନବାଡି କେନ୍ଦ୍ରକୁ ସଠିକ ସମୟରେ ପରିଚାଳିତ ହେଉନି କି ପିଲାଙ୍କୁ ଖାଦ୍ୟ ଦେବାରେ ଅବହେଳା ପାଇଁ ଆଜକୁ ମାସ ହେବ ହାମିରା ବାରବାଟୀ କେନ୍ଦ୍ରରେ ତବଲ ତାଲା ପଡିଛି | ଡମପଡା ବ୍ଲକ ଶିଶୁ ଓ ମହିଳା କଲ୍ୟାଣ ବିଭାଗ ଅଧିକାରୀ, ବିଡ଼ିଓ ଏବଂ ଉପ ଜିଲ୍ଲାପାଳ ସମସ୍ତେ ଏ ବିଷୟରେ ଜାଣିଥିଲେ ମଧ୍ୟ ଏଥିପ୍ରତି ନିରବ ରହିଛନ୍ତି | ହାମିରା ବାରବାଟୀ ଏକ ଆଦିବାସୀ ଜନଜାତି ସମ୍ପ୍ରଦାୟର ସାହି ଅଟେ | ଗ୍ରାମବାସୀଙ୍କ ତରଫରୁ ସିଡିପିଓ ଅଯୋଧ୍ୟା ଧାରୁଆଙ୍କୁ ଦେଇଥିବା ଅଭିଯୋଗରେ ଦର୍ଶା ଯାଇଛି ଯେ, କେନ୍ଦ୍ର ଶିକ୍ଷୟିତ୍ରୀ ଛୋଟ ପିଲାଙ୍କୁ ଖାଦ୍ୟ ବଣ୍ଟନ କରୁନାହାନ୍ତି ବରଂ ଅଭିଯୋଗ କଲେ ଜୀବନରୁ ମାରିବାକୁ ଧମକ ଦେଇ ଜନଜାତି ପିଲାଙ୍କୁ ଘୃଣ୍ୟ ଦୃଷ୍ଟିରେ ଆକ୍ଷେପ କରୁଛନ୍ତି | ସାହିର ୱାର୍ଡ ମେମ୍ବର ଲିପା ଦେହୁରୀ, ମାନସ କୁମାର ସ୍ବାଇଁ, ଡଲି ଦେଉରୀ ପ୍ରମୁଖ ବ୍ଲକ ବାରମ୍ବାର ଯାଇ ଗୁହାରୀ କରୁଥିଲେ ମଧ୍ୟ କିଛି ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ ଦିଆ ଯାଉନାହିଁ ! ଅଙ୍ଗନବାଡ଼ି ହେଲପର ଏବଂ ଶିକ୍ଷୟିତ୍ରୀଙ୍କ ଉପରେ | ଏ ସମ୍ପର୍କରେ ବ୍ଲକ ସିଡିପିଓ ଅଯୋଧ୍ୟା ଧାରୁଆଙ୍କୁ ପଚାରିବାରୁ କହିଥିଲେ ଯେ, ସେହି କେନ୍ଦ୍ରର ୱାର୍କର ବାରମ୍ବାର ଏମିତି ଅଘଟଣ କରି ହଇରାଣ କରୁଥିବାର ଅଭିଯୋଗ ଆସୁଛି | ଆମେ ଅନୁସନ୍ଧାନ କରି ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଜଣେଇଦେବୁ | ସେମାନେ ଯାହା ପଦକ୍ଷେପ ନେବେ | କାର୍ଯ୍ୟାଳୟ ସହକାରୀ କର୍ମଚାରୀ ଆକାଂକ୍ଷା ସାମନ୍ତରାୟ କହିଛନ୍ତି ଯେ, ଯେହେତୁ ଭୟ ରହୁଛି ତେଣୁ ଏହି ଚଳିତ ସପ୍ତାହରେ ପୋଲିସ ପ୍ରୋଟେକ୍ସନରେ କେନ୍ଦ୍ରର ସମସ୍ତ ପିଲା ଏବଂ ସାହି କିଶୋର ମାନଙ୍କୁ ଅଙ୍ଗନବାଡି ପ୍ରଦତ୍ତ ଖାଦ୍ୟ ବଣ୍ଟନ କରାଯିବ | ଏ ଅବ୍ୟବସ୍ଥା ଉପରେ ଦୁଲଣାପୁର ସରପଞ୍ଚ ସବିତା ସାହୁ କିଛି ମତାମତ ଦେଲେନାହିଁ | ଗାଁ ର ସାମାଜିକ କର୍ମୀ ରାକେଶ ଚୌଧୁରୀଙ୍କ କହିବାନୁସାରେ ଅଙ୍ଗନବାଡି କେନ୍ଦ୍ର ମୁଖ୍ୟଙ୍କ ସ୍ୱାମୀ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ସରପଞ୍ଚ ପାର୍ଥୀ ଅଟନ୍ତି ଏବଂ ସହାୟିକା ଥିବା ମହିଳା ଏହି ଗାଁ ର ଝିଅ ଅଟନ୍ତି ଯଦିଓ ବାହାର ଗାଁ ରେ ବିବାହ କରିଛନ୍ତି | ଜିଲ୍ଲପାଳ ଏଥିରେ ହସ୍ତକ୍ଷେପ କରି ପୁରୁଣା କର୍ମଚାରୀଙ୍କୁ ବହିସ୍କୃତ କରି ନୂଆ କର୍ମୀଚାରୀଙ୍କୁ ନିଯୁକ୍ତି ଦିଅନ୍ତୁ |
ପ୍ରାୟ ମାସେ ହେବ ଅଙ୍ଗନବାଡି କେନ୍ଦ୍ରରେ ଡବଲ ତାଲା ପଡିଛି : ଆଦିବାସୀ ଜନଜାତି ପିଲା ପାଠ ପଢା ଏବଂ ଖାଦ୍ୟରୁ ବଞ୍ଚିତ !!!

