ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ଅଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଜର ରେ ପଡି ଅଣସର ଘରେ ଜଗନ୍ନାଥ ମହାପ୍ରଭୁ । ସ୍ନାନଯାତ୍ରା ପରେ ଅନବସର ନୀତି ଚାଲିଛି । ବର୍ତ୍ତମାନ ବଡ଼ ଭାଇ ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ, ଶ୍ରୀ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଉଛନ୍ତି । ମାତ୍ର ଦାରୁ ଦେବତା ମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟିଦିଅଁ ସେହି ଆକୃତିର ନୁହନ୍ତି । କାଷ୍ଠ ନିର୍ମିତ ସୁଦୃଶ୍ୟ ଆସରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ଚତୁଃହସ୍ତ ଓ ଦୁଇପଦ ବିଶିଷ୍ଟ ହୋଇ ପଦ୍ମାସନରେ ବସି ଥାଆନ୍ତି । ପଟିଦିଅଁ ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ପରମ୍ପରା । ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁମାନେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହନ୍ତି । ଏହି ସମୟରେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ପାରମ୍ପରିକ ଚିତ୍ରଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ପଟ୍ଟଚିତ୍ରକୁ ପଟିଦିଅଁ ଭାବେ ପୂଜା କରାଯାଏ !
ଅଣସର ଘରେ ମହାପ୍ରଭୁ : ପୂଜା ପାଉଛନ୍ତି ପଟିଦିଅଁ !!!

