ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଜଳ ଯୋଗାଣ ପ୍ରକଳ୍ପ ରେ ମେଳା ମୁକୁଳା ହୋଇ ପଡ଼ିରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର ! କେତେବେଳେବି ଘଟିପାରେ ଅଘଟଣ , ବିଦ୍ୟୁତ ବିଭଗର ନିଘାନାହିଁ ! ପାନୀୟ ଜଳ ଯୋଗାଣ ପ୍ରକଳ୍ପ କର୍ମଚାରୀ ମଧ୍ୟ ରହିଛନ୍ତି ଅଚିନ୍ତାରେ ! କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ନରାଜ, ମାର୍ଥାପୁର ପଞ୍ଚାୟତର ମାର୍ଥାପୁର ଗ୍ରାମରେ ଥିବା ପାନୀୟ ଜଳ ଓ ବସୁଧା ପ୍ରକଳ୍ପ , ଏହି ପାନୀୟ ଯୋଗୁଁ ମାର୍ଥାପୁର ଗ୍ରାମରେ ସକାଳ ୨ ଘଣ୍ଟା ଓ ଅପରାହ୍ନରେ ୨ ଘଣ୍ଟା ଧରି ଜଳ ଯୋଗାଇ ଦିଆଯାଏ | ହେଲେ ବୁଝା ପଡୁନି ଯେଉଁ ବିଦ୍ୟୁତ ସାହାଯ୍ୟ ରେ ପାଣି ଟାଙ୍କି ଭରାଯାଇ ମାର୍ଥାପୁର ଗ୍ରାମର ପ୍ରତ୍ୟେକ ଘରକୁ ଜଳ ଯୋଗାଇ ଦିଆଯାଏ , ସେହି ବିଦ୍ୟୁତ ଯୋଗାଇ ଦେଉଥିବା ୨ ଟି ଟ୍ରାନ୍ସଫର୍ମର ଏବେ ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି ! ଟ୍ରାନ୍ସଫର୍ମର ଚାରି ପାଖେ ବଣ ଓ ଅନା ବନା ଗଛରେ ପରିପୂର୍ଣ୍ଣ ହୋଇଥିବା ବେଳେ , ଟ୍ରାନ୍ସଫର୍ମର ବସିଥିବା ସିମେଣ୍ଟ ପିଣ୍ଡିଟି ଫାଟି ଆଁ କଲାଣି ! ଏହାକୁ କଣ ବିଦ୍ୟୁତ ବିଭାଗ ଓ ପଞ୍ଚାୟତରାଜ ପାନୀୟ ଜଳ ପ୍ରକଳ୍ପ ବସୁଧା ରେ କାର୍ଯ୍ୟ କର୍ମଚାରୀ ଦେଖି ପାରୁନାହାନ୍ତି ! ତେବେ ଯେତେଶୀଘ୍ର ସମ୍ଭବ ଏଥି ପ୍ରତି ବିଦ୍ୟୁତ ବିଭାଗ ଦୃଷ୍ଟି ଦେଇ ମରାମତି କଲେ ନିରାପଦ ପରିବେଶ ହୋଇପାରନ୍ତା !


