ରବି ଋତୁରେ ମାଗଣା ବିହନ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ପୋଷ୍ଟ କାର୍ଡ଼ ମାଧ୍ୟମରେ ଅନୁରୋଧ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ର ସହଯୋଗ ରେ ଟିକାବାଲି ବ୍ଲକର ଚାଷୀ ଭାଇ ଓ ଭଉଣୀ ମାନେଗତ ରବି ଋତୁରେ ସିଆରଏଫଏମ ଯୋଜନା ଅଧୀନରେ ମାଗଣା ବିହନ ଯୋଗାଣ ଯୋଗୁଁ ବ୍ଲକ ର ଚାଷୀମାନେ ଦ୍ୱିତୀୟ ଫସଲ କରି ଉପକୃତ ହୋଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ “ଆତ୍ମନିର୍ଭର ଡାଲି ମିଶନ (୨୦୨୫-୩୧)” ମଧ୍ୟ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଖୁସି ଵ୍ୟକ୍ତ କରିବା ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କୃଷି ମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ରାଜ୍ୟପାଳ ଙ୍କୁ ପୋଷ୍ଟ କାର୍ଡ ମାଧ୍ୟମରେ ଚିଠି ପ୍ରଦାନ କରିଛନ୍ତି l ଚଳିତ ବର୍ଷ ଅଧିକ ନିବେଶ ଖର୍ଚ୍ଚ ଯୋଗୁଁ ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଦ୍ୱିତୀୟ ଫସଲରୁ ବଞ୍ଚିତ ହୋଇଛନ୍ତି। ଅତଏବ, ଆଗାମୀ ରବି ଋତୁରେ ଟିକାବାଲି ବ୍ଲକର ସମସ୍ତ ଯୋଗ୍ୟ ଚାଷୀଙ୍କୁ ସିଆରଏଫଏମ ଯୋଜନା ଅଧୀନରେ ଅକ୍ଟୋବର ୧୫ ସୁଦ୍ଧା ମାଗଣା ଗୁଣବତ୍ତାପୂର୍ଣ୍ଣ ବିହନ ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କୁ ପୋଷ୍ଟ କାର୍ଡ଼ ରେ ଚିଠି ଲେଖି ବିନମ୍ର ଅନୁରୋଧ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବୁର୍ବିନାଯୁ ସରପଞ୍ଚ ଶ୍ରୀମତୀ ସଲିମା ପ୍ରଧାନ,ଏବଂ ସଂଗଠନ ର କର୍ମୀ ଅଞ୍ଜନ ପ୍ରଧାନ, ସଞ୍ଜୟ ଦିଗାଲ, ପ୍ରଣୀତା ଦିଗାଲ, ସୁନିତା ପ୍ରଧାନ,ସମେତ ଅନେକ ଚାଷୀ ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି ଚାଷୀଙ୍କୁ ଯୋଜନା ବିଷୟରେ ଆଲୋଚନା କରି ଅଭିଯାନ କୁ ସଫଳ କରିଥିଲେ l

Leave a Reply

Your email address will not be published. Required fields are marked *