ଗଜପତିର ସମାଜସେବୀ ମମତା ପାଢୀ ରାଜ୍ୟସ୍ତରରେ ସମ୍ମାନିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସମ୍ୱାଦପତ୍ର “ତୀକ୍ଷ୍ଣ ଦ୍ରୁଷ୍ଟି” ଦ୍ୱାରା ଆୟୋଜିତ ଭବ୍ୟ ସମାରୋହରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ତଥା ମହିଳା ସମାଜସେବୀ ମମତା ପାଢୀ ଭୂବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନ ଠାରେ ସମ୍ମାନିତ ହୋଇଛନ୍ତି । ନିଜର ଦାୟୀତ୍ୱ ସହ ବହୁମୂଖୀ ପ୍ରତିଭାଧାରୀ ମମତା ଏକାଧାରରେ ସୁଗାୟିକା ତଥା ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ନିକଟରେ ବନ ବିଭାଗ ତରଫରୁ ଜାତୀୟ ପରିବେଶ ଦିବସ ଦିନ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଭୂବନେଶ୍ୱର ପୌର କର୍ପୋରେସନର ମେୟର ସୁଲୋଚନା ଦାସ, ରାଜନେତା ଅରବିନ୍ଦ ଢାଲି , ଇଂ ଜାମିନୀକାନ୍ତ ଦାସ ଉପସ୍ଥିତ ରହି ତାଙ୍କୁ ସମ୍ମାନିତ କରିଥିଲେ ।

 

Leave a Reply

Your email address will not be published. Required fields are marked *