ନରାଜ ବ୍ୟାରେଜ ରେ ଅଜଣା ମୃତ ଦେହ ଉଦ୍ଧାର !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ନରାଜ ବ୍ୟାରେଜ ରେ ଅଜଣା ମୃତ ଦେହ ଉଦ୍ଧାର ! ସକାଳୁ ସକାଳୁ ବ୍ୟାରେଜ ପାଖରେ ଅଜଣା ମୃତଦେହ ଲାଗିଥିବାର ଖବର ପ୍ରଚାରିତ ହେବା ପରେ ଜମିବାରେ ଲାଗିଥିଲା ଗହଳି ! ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ! ପରେ ସୂଚନା ମିଳିଥିଲା ଯେ , ଦୁଇ ଦିନ ତଳେ ବାଙ୍କୀ ଅଞ୍ଚଳର ଜଣେ ବୟସ୍କ ବ୍ୟକ୍ତି ମହାନଦୀରେ ଗାଧୋଉଥିବା ସମୟରେ ଭାସି ଯାଇଥିଲେ ! ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଦୁଇ ଦିନ ଖୋଜିବା ପରେ ସୁଦ୍ଧା ତାଙ୍କର କିଛି ସନ୍ଧାନ ମିଳି ନଥିଲା ! ଆଜି ସକାଳୁ ନରାଜ ବ୍ୟାରେଜ ନିକଟରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି !

Leave a Reply

Your email address will not be published. Required fields are marked *