ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଶ୍ରୀ ସତ୍ୟସାଇ ସେବା ସମିତି ବାଙ୍କୀ ଶାଖା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ! ଆବାହକ ସିଦ୍ଧାନ୍ତ ଶେଖର ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ରେ ଦୁର୍ଗାପୁର ପଂଚାୟତ ବାଙ୍କୀଗଡ଼ ଗାଁ ର ଶ୍ରୀ ଚୈତନ୍ୟ ମନ୍ଦିର ଓ ବୁଧେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ପ୍ରେମ ତରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏଥିରେ ବହୁ ଔଷଧୀୟ ଗଛ ଠାରୁ ଆରମ୍ଭ କରି ଫଳନ୍ତି ଗଛ ଭଳି ପ୍ରାୟ ୭୨ରୁ ଉର୍ଦ୍ଧ ଗଛ ଲଗାଯାଇଛି. ବିଶେଷ କରି ଜନସଂଖ୍ୟା ବୃଦ୍ଧି , ଗଛ ଗୁଡିକ ଧୀରେ ଧୀରେ ଅବକ୍ଷୟ ହେବା ଏବଂ ଏହା ପାଇଁ ଉତ୍ତାପ ବୃଦ୍ଧି ପାଇବା ଦ୍ୱାରା ଆବଶ୍ୟକୀୟ ଅମ୍ଳଜାନ ର ଅଭାବ ରହୁଛି. ପରିବେଶ ତାର ସନ୍ତୁଳନ ମଧ୍ୟ ବଜାୟ ରଖିବାରେ ବିଫଳ. ଏହା ର ମୁଖ୍ୟ କାରଣ ବୃକ୍ଷ ଅର୍ଥାତ ଗଛ କୁ ମନଇଚ୍ଛା କାଟି ପଦା କରିବା ! ଏବେ ସୁସ୍ଥ ଜୀବନ ବଂଚିବା ପାଇଁ ପ୍ରତ୍ୟକ ଲୋକ ନିଜ ନିଜ ବାଡ଼ି ବଗିଚା ରେ ଅଧିକରୁ ଅଧିକା ବୃକ୍ଷ ରୋପଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ସଂଗଠନ ର ଆବାହକ ସିଦ୍ଧାନ୍ତ ମହାପାତ୍ର. ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସମିତି ର ସେବା ସଂଯୋଜକ ସାଇ ଆଶୁତୋଷ ଦାସ. ଶିକ୍ଷାବିଭାଗ ର ସଂଯୋଜକ ମନୋଜ କୁମାର ଦଳେଇ. ଆଧ୍ୟାତ୍ମିକ ସଂଯୋଜକ କୀର୍ତ୍ତିକରଣ ପଣ୍ଡା. ସୁଜାତା ମହାପାତ୍ର. ଜିତେନ୍ଦ୍ର ଦେଓ. ମଦନ କୁମାର ପୃଷ୍ଟି. ସାମ୍ବାଦିକ ଅଶୋକ ରଣା. ସ୍ୱସ୍ତିକ ମହାପାତ୍ର. ମାନସ ପ୍ରଧାନ , ସୋନାଲି ବାରିକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ ରେ ସହଯୋଗ କରିଛନ୍ତି .
ଶ୍ରୀ ସତ୍ୟସାଇ ସେବା ସମିତି ବାଙ୍କୀ ଶାଖା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ !!!

