ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାଶୀନଗର ବଂସାଧାର ପାଠାଗାର ପରିସରରେ କାଶୀନଗର ଠାରେ ଥିବା ପି ଏମ ଶ୍ରୀ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷାବିତ, ସାହିତ୍ୟିକ ଓ ସମାଜସେବୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ବଳରାମ ପାତ୍ରଙ୍କ ତ୍ରୟୋଦଶ ତମ ଶ୍ରାଦ୍ଧ ଦିବସରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଛି. ସ୍ବର୍ଗତ ପାତ୍ର ଜଣେ ଛାତ୍ର ବତ୍ସଳ ଓ ଆଦର୍ଶ ଶିକ୍ଷକ ରହି ବିଦ୍ୟାଳୟର ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟା କରୁଥିଲେ. ସ୍ୱର୍ଗତ ବଳରାମ ପାତ୍ର ଙ୍କ ସ୍ମୃତି ଚାରଣ ସଭା ରେ ସମାଜସେବୀ ହୃଷିକେଶ ଗୌଡ଼, ବରିଷ୍ଠ ସାମ୍ବାଦିକ ଆନନ୍ଦ ପାତ୍ର, ଅଜିତ ପଟନାୟକ, ଅବସର ପ୍ରାପ୍ତ ଶିକ୍ଷକ ଜ୍ଞାନେନ୍ଦ୍ର ମହାପାତ୍ର, ଶିକ୍ଷୟିତ୍ରୀ ସାବିତ୍ରୀ ରାଣୀ ସାହୁ ଓ ଡ଼ଃ ବେଦ ବିକାଶ ପ୍ରମୁଖ ଉପସ୍ଥିତ ଥିଲେ.
ବରିଷ୍ଠ ଶିକ୍ଷାବିତଙ୍କ ସ୍ମୃତି ଚାରଣ ସଭା !!!

