ଭିଜିଲାନ୍ସ ଜାଲରେ କୋରାପୁଟ ITDA ର ପୂର୍ବତନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କେସପେଟା !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ର ପୂର୍ବତନ ITDA ସହକାରୀ ଯନ୍ତ୍ରୀ ତଥା ଵର୍ତମାନ ଭୁବନେଶ୍ୱର ITDA ରେ ସହକାରୀ ନିର୍ଦେଶକ ଭାବରେ କାର୍ଯ୍ୟରତ ସଞ୍ଜୟ କୁମାର କେସପେଟା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ! ଏକ କାଳୀନ କୋରାପୁଟ , ଭୁବନେଶ୍ୱର ଓ ରାଉଲକେଲା ରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ ! କୋରାପୁଟ ରେ ନୁଆ କରି ହୋଇଥିବା 4 ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ହୋଟେଲ ଓ ଭଡା ଘରେ ଚଢ଼ାଉ ଜାରି ରହିଛି । କୋରାପୁଟ ରେ ଭିଜିଲାନ୍ସ ର 3 ଟି ଟିମ ଚଢ଼ାଉ ଜାରି ରଖିଛନ୍ତି । ଭଡା ଘରୁ ନଗଦ ଟଙ୍କା ଓ ସୁନା ଗହଣା ସହିତ କିଛି ପ୍ଲଟ ର କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ! ଚଢ଼ାଉ ଏବେବି ସୁଦ୍ଧା ଜାରି ରହିଥିବାରୁ , ଜବତ ସାମଗ୍ରୀର ପୁରା ଚିତ୍ର ସ୍ପଷ୍ଟ ହୋଇନି ! କୋରାପୁଟ ର 2 ଟି ସ୍ଥାନରେ ରେ 3 ଜଣ ଡ଼ିଏସପି, 5 ଜଣ ଇନ୍ସପେକ୍ଟର , 15 ରୁ ଉର୍ଦ୍ଧ ଷ୍ଟାଫ ଚଢ଼ାଉ ରେ ସାମିଲ ହୋଇଥିବା ବେଳେ ବାବୁ କେଉଁଭଳି ଭାବେ ସଂପତି ଠୁଳ କରୁଥିଲେ ତାର ଖୋଳତାଡ଼ କରୁଛି ଟିମ l କୋରାପୁଟ ଜିଲ୍ଲା ରେ ଏବେ ଅସାଧୁ ଅଫିସର ଭିଜିଲାନ୍ସ ପଞ୍ଜା ରେ ପଡୁଥିଲା ବେଳେ ସେମାନଙ୍କର ଅମାପ ସଂପତି ଗୁଡ଼ିଜ ଦେଖି ଟିମ ର ଆଖି ଜଳକା ହୋଇପଡୁଛି l

Leave a Reply

Your email address will not be published. Required fields are marked *