ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବେଦପୁର ଅଞ୍ଚଳରେ ନିଶାଡି ଙ୍କର ଉନ୍ମତ କାଣ୍ଡ । ସୂଚନା ଅନୁଯାୟୀ ଗ୍ରାମର ସୋମନାଥ ପଣ୍ଡାଙ୍କ ଦୋକାନ ଉପରକୁ ଚାରି ଜଣ ନିଶାଡି ଯୁବକ ନିଶାଶକ୍ତ ଅବସ୍ଥାରେ ଆସି ଗାଳି ଗୁଲଜ କରିବା ସହିତ ସୋମନାଥ ଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ! ବିଳମ୍ବିତ ରାତିରେ ତାଙ୍କ ଦୋକାନ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇବା ଅଭିଯୋଗ ଆଣିଛନ୍ତି ସୋମନାଥ ଏବଂ ତାଙ୍କ ପରିବାର ଲୋକେ । ଏ ନେଇ ବାଙ୍କୀ ଥାନାରେ ଅଭିଯୋଗ କରିବା ସହିତ ନିଜର ଓ ପରିବାରର ସୁରକ୍ଷା ଲୋଡିଛନ୍ତି ସୋମନାଥ ପଣ୍ଡା । ସାମାନ୍ୟ ବଚସା ରୁ ଏପରି ଘଟଣା ଘଟିଥିବା କହିଛନ୍ତି ଅଞ୍ଚଳ ବାସି । ପୋଲିସ ଘଟଣାର ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ କି ପଦକ୍ଷେପ ନେଉଛି ତାହା ଉପରେ ସ୍ଥାନୀୟ ବାସିନ୍ଦା ଙ୍କର ନଜର । ତେବେ ବାଙ୍କୀ ଥାନା ପାଖରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ ବେଦପୁର ଗ୍ରାମର ଘଟଣା ଯଦି ଏପରି ତେବେ ବାଙ୍କୀ ବାସୀ କେତେ ସୁରକ୍ଷିତ ତାହା ଏବେ ପ୍ରଶ୍ନବାଚୀ ।
ବାଙ୍କୀ ବେଦପୁର ଅଞ୍ଚଳରେ ନିଶାଡି ଙ୍କର ଉନ୍ମତ କାଣ୍ଡ !!!!

