ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ଠାକୁରଙ୍କର ନୃସିଂହ ଓ ବରାହ ଅବତାର ଦେଖିବା ସକାଶେ ଭକ୍ତମାନଙ୍କ ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି । ପାଗ ଆଜି ଶୁଖିଲା ଥିବାରୁ ଆଖପାଖ ଗ୍ରାମ, ପୁରପଲ୍ଲୀ ସହ ପଡୋଶୀ ଆନ୍ଧ୍ରପ୍ରଦେଶରୁ ବହୁତ ଭକ୍ତଙ୍କ ସମାଗମ ହେଉଛି । ଏହି ଦଶ ଦିନ ଠାକୁରଙ୍କୁ ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ଠାକୁରଙ୍କ ଦଶ ଅବତାର ଦର୍ଶନ କରିବା ସକାଶେ ପଡୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥାଏ । ଭକ୍ତ ମାନେ ନଡିଆ କଦଳୀ ଫୁଲ ଫଳ ତୁଳସୀ ମାଳ ପ୍ରଭୃତି ପୂଜା ସାମଗ୍ରୀ ଧରି ଠାକୁରଙ୍କ ପୂଜାର୍ଚ୍ଚନା କରି ଦର୍ଶନ କରିଛନ୍ତି ଓ ମହାପ୍ରଭୁଙ୍କ ଆଶୀର୍ବାଦ ନେଉଛନ୍ତି । ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଦେଖିବା ପାଇଁ ଭକ୍ତଙ୍କ ସମାଗମ ଲାଗି ରହିଥିଲା ! ରଥଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପରିଚାଳନା ସକାଶେ ପଦକ୍ଷେପ ନିଆଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ କରାଯାଇଛି , ଗୁଣ୍ଡିଚା ବାଡି ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ନୃସିଂହ ଓ ବରାହ ଅବତାରରେ ଠାକୁରଙ୍କର ଦର୍ଶନ କଲେ ଭକ୍ତ !!!

